ଭିକ ମାଗି ଜମା କରିଥିବା ୮ ଲକ୍ଷ ଟଙ୍କା ମନ୍ଦିରକୁ ଦାନ କଲେ ଭିକାରି

ବିଜୟୱାଡା: ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗିଥିଲେ ସେହି ମନ୍ଦିରକୁ ହିଁ ସବୁ କିଛି ଦେଇଦେଲେ | ଆଜି ଆମେ ଏମିତି ଜଣେ ଭିକାରୀଙ୍କ ବାବଦରେ କହିବୁ ଯିଏକି ମନ୍ଦିର ସାମ୍ନାରେ ବସି ୭ ବର୍ଷରେ ଭିକ ମାଗି ଆୟ କରିଥିବା ୮ ଲକ୍ଷ ଟଙ୍କା ମନ୍ଦିରକୁ ହିଁ ଦାନ କରିଦେଇଛନ୍ତି | ଆନ୍ଧ୍ରପ୍ରଦେଶ ବିଜୟୱାଡାର ସାଇ ମନ୍ଦିର ସାମ୍ନାରେ ଆଜିକୁ ୭ ବର୍ଷ ହେଲା ବସି ରହି ଭିକ ମାଗନ୍ତି ୟାଦି ରେଡ୍ଡୀ |

Photo-siasat

ୟାଦି ପୂର୍ବରୁ ରିକ୍ସା ଚଳାଉଥିବାବେଳେ ଯେତେବେଳେ ବାର୍ଦ୍ଧକ୍ୟ ଯୋଗୁଁ ଆଉ ରିକ୍ସା ଚଳାଇପାରିନଥିଲେ ସେବେଠାରୁ ଏହି ମନ୍ଦିର ହିଁ ଟଙ୍କା ପାଇଁ ସବୁକିଛି ପାଲଟିଯାଇଥିଲା | ୟାଦି ୪୦ ବର୍ଷ ଧରି ରିକ୍ସା ଚଳାଇଥିବାବେଳେ ଶେଷ ସମୟରେ ୧ ଲକ୍ଷ ଟଙ୍କା ଦେଇପାରିଥିଲେ | ଏହା ପରେ ଯେତେବେଳେ ଆଉ ରିକ୍ସା ଚଳାଇପାରିନଥିଲେ ସେବେଠାରୁ ଏହି ମନ୍ଦିର ସାମ୍ନାରେ ବସି ଭଗବାନଙ୍କ ସାମ୍ନାରେ ନିଜକୁ ସମର୍ପଣ କରିଦେଇଥିଲେ |

ୟାଦି କହିଛନ୍ତି ଯେ ଯେତେବେଳେ ସେ ମନ୍ଦିର ସାମ୍ନାରେ ଆସି ବସନ୍ତି ଲୋକମାନେ ତାଙ୍କୁ ସ୍ୱତଃ ଦାନ ଦିଅନ୍ତି | ମୁଁ ଭଗବାନଙ୍କ ପାଖରେ ଶପଥ କରିଛି ଯେ ମୋର ସବୁ ଆୟ ସର୍ବଶକ୍ତିମାନଙ୍କୁ ହିଁ ଦେବି |

ୟାଦିଙ୍କ ଏହି ଦାନ ଅର୍ଥକୁ ନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଟଙ୍କାକୁ ମନ୍ଦିରର ବିକାଶରେ ଖର୍ଚ୍ଚ କରାଯିବ | ପୂର୍ବରୁ ୟାଦି ଦେଇଥିବା ୧ ଲକ୍ଷ ଟଙ୍କାରେ ଗୋଶାଳା ନିର୍ମାଣ କରାଯାଇଥିବାବେଳେ ୮ ଲକ୍ଷ ଟଙ୍କାରେ ଏବେ ମନ୍ଦିରରେ ନୂଆ ନିର୍ମାଣ କରାଯିବ |

ସମ୍ବନ୍ଧିତ ଖବର