ଏହି ଗାଆଁରେ ରହନ୍ତି କେବଳ ଭିକାରି !

ମୈନପୁରୀ:ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରେ ଏଭଳି ଏକ ଗାଆଁ ଅଛି, ଯେଉଁଠାରେ କେବଳ ଭିକାରିମାନେ ରହନ୍ତି। ସେହି ଗାଆଁରେ ପିଲା ଜନ୍ମ ହେବା ମାତ୍ରେ ସେ ବଡ ହୋଇ ଇଂଜିନିୟର କି ଡାକ୍ତର ନୁହେଁ,ବରଂ ଏକ ଭିକାରି ହେବ ବୋଲି ବାପାମାଆ ଭାବିଥାନ୍ତି। ଥାନା ଅନ୍ତର୍ଗତ ଏହି ଗାଆଁର ନାଆଁ ହେଲା ନଗଲା ଦରବାରୀ। ଏହି ଗାଆଁରେ ମାତ୍ର ୩୬ ପରିବାର ରହନ୍ତି। ଏଠାରେ ଆଜି ବି ଲୋକେ ଝାଟିମାଟି ଘରେ ରହିଥାନ୍ତି। ସେମାନଙ୍କ ଘରେ କୌଣସି କବାଟ କି ଝରକା ନାହିଁ। ଖାଲି ସେତିକି ନୁହେଁ,ସେହି ଗାଆଁକୁ ରାସ୍ତା ନାହିଁ କି ସେଠାରେ ପାଣି ନାହିଁ କି ବିଦ୍ୟୁତ ନାହିଁ।

୧୯୫୮ ମସିହାରେ ଜୋହରିନାଥଙ୍କ ପିତା ଖ୍ୟାଲିନାଥ ସହିତ ଆସି ଏହି ଗାଆଁକୁ ଆସିଥିଲେ। ସେ ଭିକ ମାଗି ଜୀବନ ବିତାଇଥିଲେ। ତା’ପରଠାରୁ ସେଠାରେ ଯେଉଁମାନେ ରହିଲେ,ସେମାନେ ବି ଭିକ୍ଷା ବୃତ୍ତିକୁ ଆପଣାଇଲେ। ଏହି ଗାଆଁରେ ଏବେ ୨୦୦ରୁ ଅଧିକ ଲୋକ ରହୁଛନ୍ତି। ସେମାନଙ୍କର ଦୈନିକ ରୋଜଗାର ପାଖାପାଖି ୧୦୦ ଟଙ୍କା। ଏଠାକାର ଲୋକେ ଲୋକଙ୍କୁ ସାପ ଦେଖାଇ ଭିକ ମାଗିଗିରଫ ହୋଇ ତିହାର ଜେଲ ବି ଯାଇଛନ୍ତି।

ସମ୍ବନ୍ଧିତ ଖବର