ନୂଆଦିଲ୍ଲୀ: ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକ ଭିକାରି ହେବାର ଚ୍ୟାଲେଞ୍ଜ ଆପଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯୁବକଙ୍କ ଚ୍ୟାଲେଞ୍ଜ ଥିଲା ଗୋଟିଏ ଦିନରେ ସେ ଭିକ ମାଗି କେତେ ଟଙ୍କା ସଂଗ୍ରହ କରିପାରିବେ।

Advertisment

ପନ୍ଥ ଦେବ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘୨୪ଘଣ୍ଟା ଭିକ ମାଗିବାର ଚ୍ୟାଲେଞ୍ଜ।’

ଭିଡିଓରେ ପନ୍ଥ ଫଟା ଟିସାର୍ଟ ସହିତ ଜିନ୍ସ ପିନ୍ଧି ପୋଲ ତଳେ ଏକ ପାତ୍ର ଧରି ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପଥଚାରୀଙ୍କ ମଧ୍ୟରୁ କିଏ ତାଙ୍କୁ ଟଙ୍କା ଦେଉଥିବା ବେଳେ ଆଉ କେହି ତାଙ୍କୁ ଅଣଦେଖା କରି ଦେଇ ଚାଲି ଯାଉଛନ୍ତି। ଏପରି ଭାବେ ଧୀରେଧୀରେ ସମୟ ବିତି ଚାଲିଲା... ସେ ଲୋକଙ୍କୁ ଭିକ ମାଗିବା ଜାରି ରଖିଥିଲେ। ସୂର୍ଯ୍ୟ ନଇଁଲା ସଞ୍ଜ ହେଲା ପନ୍ଥ  ଦିନକ ଭିତରେ ତାଙ୍କ ଭିକ୍ଷାପାତ୍ର‌ରେ ସର୍ବମୋଟ ୩୪ଟଙ୍କା ସଂଗ୍ରହ କରି ପାରି ନଥିଲେ।

ଯାହାକୁ ସେ ନିକଟରେ ବସିଥିବା ଜଣେ ମହିଳା ଭିକାରିଙ୍କୁ ଦାନ କରି ଘଟଣାସ୍ଥଳରୁ ଚାଲି ଆସିଥିଲେ। 
ଏହି ଭିଡିଓଟି ଦୁଇଭାଗରେ ବିଭକ୍ତ ହୋଇଯାଇଛି। କେହିକେହି ଏହାକୁ ପବ୍ଲିସିଟି କହୁଥିବା ବେଳେ ଅନ୍ୟମାନେ ଯୁବକ ମହିଳା ଭିକାରିଙ୍କୁ ଭିକ ମାଗି ସଂଗ୍ରହ କରିଥିବା ଟଙ୍କାକୁ ଦାନ କରିଦେଇଥିବା କାମକୁ ପ୍ରଶଂସା କରୁଛନ୍ତି।

ଇନଷ୍ଟାଗ୍ରାମ ବାୟୋ ମୁତାବକ, ପନ୍ଥ ଦେବ ଜଣେ ବ୍ଲଗର। ତାଙ୍କର ୨,୫୦୦ରୁ ଅଧିକ ଅନୁଗାମୀ ରହିଛନ୍ତି। ଏଯାବତ ସେ ୧୮୦ରୁ ଅଧିକ ପୋଷ୍ଟ ସେୟାର କରି ସାରିଛନ୍ତି।