ନାଭିର ଆକାରରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଲୋକମାନଙ୍କର ଚେହେରା ଭଳି ନାଭିର ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ନାଭିର ଗଢ଼ଣରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ବନ୍ଧରେ ଅନେକ କଥା ଜାଣି ହୁଏ। ନାଭିର ଆକାର ଅଧ୍ୟୟନକୁ ଇଂରାଜୀରେ କହନ୍ତି ଓମ୍ଫାଲୋମେନ୍‌ସି। ଜଣେ ନାରୀର କେତୋଟି ପିଲା ହେବେ ତାହା ମଧ୍ୟ କୁଆଡ଼େ ତାଙ୍କ ନାଭିକୁ ଲକ୍ଷ କରି କହିହେବ।

୧. ବାହାରି ପଡ଼ିଥିବା ନାଭି: ଯେଉଁ ବ୍ୟକ୍ତିମାନଙ୍କର ନାଭି ପଦାକୁ ବାହାରି ପଡ଼ିବା ପରି ଦିଶୁଥାଏ ସେମାନର ଚରିତ୍ରର ଅତି ବଳିଷ୍ଠ। ଏମାନେ ସାଧାରଣତଃ ଜିଦ୍ଦିଆ ଏବଂ ଗରମ ମିଜାଜ୍‌ର ହୋଇଥାଆନ୍ତି। କିନ୍ତୁ, ସେମାନେ ଅଧିକାରୀ ହୋଇଥିବା ଉତ୍ତମ ସ୍ୱଭାବଟି ହେଉଛି ଅନ୍ୟାୟ ବିରୋଧରେ ବିଦ୍ରୋହ କରିବା। ଯେଉଁଟା ଠିକ୍‌ ସେମାନେ ତାହାକୁ ସମର୍ଥନ କରିନ୍ତି। ଅର୍ଥାତ୍‌ ସେମାନଙ୍କର କହିବା ଏବଂ ଶୁଣିବା କଥା ନ୍ୟାୟସଙ୍ଗତ। ଏମାନେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଇଚ୍ଛୁକ। ଏମାନେ ଅଖଣ୍ଡ ପ୍ରେମକୁ ଆମନ୍ତ୍ରଣ କରନ୍ତି ଓ ଆପଣା ପରିସରରେ ଥିବା ସମସ୍ତଙ୍କର ପ୍ରଶଂସା କରନ୍ତି।

୨. ବଡ଼ ଏବଂ ଗଭୀରିଆ ନାଭି: ଯେଉଁମାନଙ୍କର ସ୍ପଷ୍ଟ ଭାବେ ଦିଶୁଥିବା ବଡ଼ ଏବଂ ଗଭୀରିଆ ନାଭି ଥାଏ ସେମାନଙ୍କର ହୃଦୟ ମଧ୍ୟ ବିଶାଳ ହୋଇଥାଏ। ଏମାନେ ଅନ୍ୟମାନଙ୍କର ଆବଶ୍ୟକତାକୁ ଦୃଷ୍ଟି ଦିଅନ୍ତି। ଏମାନେ ସର୍ବଦା ନିଜେ ସବୁଠୁ ଅଧିକ ସ୍ନେହ କରୁଥିବା ବ୍ୟକ୍ତିଙ୍କୁ ସମର୍ଥନ କରନ୍ତି। ଅନ୍ୟମାନଙ୍କର ଯେତେ ତତ୍ତ୍ୱ ନେଲେ ମଧ୍ୟ ଏହି ଲୋକମାନେ କେବେ ନିଜର ଦୁଃଖ ବାଣ୍ଟନ୍ତି ନାହିଁ। କାଳେ ତାଙ୍କର ଦୁଃଖ ଅନ୍ୟକୁ ଆଘାତ ଦେବ ସେହି ଡରରେ ଏମାନେ ନିଜର ଦୁଃଖ କେଉଁଠି ଜଣାନ୍ତି ନାହିଁ।

Image Courtesy of Youtube

୩. ଛୋଟ ଏବଂ ଅଗଭୀର ନାଭି: ଯେଉଁମାନଙ୍କର ନାଭି କ୍ଷୁଦ୍ର ଏବଂ ଅଗଭୀର ସେମାନଙ୍କର ବ୍ୟକ୍ତିତ୍ୱ ରହସ୍ୟମୟ। ସେମାନେ ଗୋପନ କଥା ପ୍ରଘଟ କରନ୍ତି ନାହିଁ। ଏମାନଙ୍କ ବ୍ୟକ୍ତିତ୍ୱରେ ଥିବା ମନ୍ଦ ଗୁଣଟି ପ୍ରତି ଅନେକ ଲୋକ ସଚେତନ ନ ଥାନ୍ତି। କେବଳ ନିଜର ଘନିଷ୍ଠ ମିତ୍ରଙ୍କ ଛଡ଼ା ଏମାନେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ୱାସ କରନ୍ତି ନାହିଁ। ଲୋକେ ଏମାନଙ୍କୁ ବିରକ୍ତିକର ଏବଂ ନିର୍ଦ୍ଦୟୀ ବୋଲି ଭାବିଲେ ମଧ୍ୟ ଏମାନେ ଅର୍ନ୍ତମୁଖୀ ସ୍ୱଭାବର।

୪. ତଳମୁହାଁ ନାଭି: ତଳମୁହାଁ ନାଭି ଥିବା ବ୍ୟକ୍ତିମାନେ ନିର୍ବଳୁଆ। ଛାଡ଼ନ୍ତୁ, ଏଇଟା ତାଙ୍କର ଏକ ମାତ୍ର ଶାରୀରିକ ଖୁଣ। ଏମାନେ ମାନ୍ଦାଳିଆ ସ୍ୱଭାବର ହୋଇଥିଲେ ମଧ୍ୟ ଅତ୍ୟନ୍ତ ବୁଦ୍ଧିମାନ। ବୁଦ୍ଧିବଳରେ ଏମାନେ ସମସ୍ତଙ୍କୁ ଜିଣିବା ସହ ଜୀବନରେ ଯାହା ଆବଶ୍ୟକ ତାହା ହାସଲ କରି ପାରନ୍ତି।

୫. ଡିମ୍ବାକାର ନାଭି: ଡିମ୍ବାକାର ନାଭି ଥିବା ବ୍ୟକ୍ତିମାନେ ସ୍ପର୍ଶକାତର ଏବଂ ଧୈର୍ଯ୍ୟହୀନ। ଏମାନେ ଖୁବ୍‌ ସ୍ପର୍ଶକାତର ହୋଇଥିବାରୁ ଯେ କୌଣସି କାମ ପଡୁ ତାହାକୁ ଯଥା ଶୀଘ୍ର ଶେଷ କରିବାକୁ ଚାହାନ୍ତି। ଏମାନେ ଅତି ଆବେଗ ପ୍ରବଣ ଏବଂ ଅଧୈର୍ଯ୍ୟ ହୋଇଥିବାରୁ କେବଳ ନିର୍ଦ୍ଧାରଣ କରାଯାଇଥିବା କାମରେ ହାତ ଦିଅନ୍ତି। କୌଣସି କଥା ଗୋପନ ରଖିବା ଏମାନଙ୍କ ପାଇଁ କଷ୍ଟକର।

୬. ଓସାରିଆ ନାଭି: ଓସାରିଆ ନାଭି ଥିବା ବ୍ୟକ୍ତିମାନେ ଅତି ହୁସିଆର୍‌। ଏମାନେ ଅତି ବାସ୍ତବବାଦୀ। ଲୋକମାନଙ୍କ ଭଲ ଏବଂ ମନ୍ଦ ଗୁଣ ବାରିବାରେ ଏମାନଙ୍କର ରହିଛି ଅସାଧାରଣ କ୍ଷମତା। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ତାହାର ଭଲ ଓ ମନ୍ଦ ଉଭୟକୁ ପରଖନ୍ତି। ଏମାନେ ସହଜରେ ଲୋକଙ୍କୁ ବିଶ୍ୱାସ କରନ୍ତି ନାହିଁ। କାରଣ, ଏମାନେ ଭାବନ୍ତି ଲୋକେ ଯାହା କିଛି କରୁଛନ୍ତି ତା’ ଅନ୍ତରାଳରେ କୌଣସି ଉଦ୍ଦେଶ୍ୟ ରହିଛି। ଏମାନେ ନିଜେ ସ୍ନେହ କରୁଥିବା ବ୍ୟକ୍ତିଙ୍କର ସୁରକ୍ଷାକାରୀ। ସେମାନଙ୍କ ନିରାପତ୍ତା ପାଇଁ ଯାହା କିଛି ଆବଶ୍ୟକ ତାହା କରିବାକୁ ଏମାନେ ପ୍ରସ୍ତୁତ ଥାଆନ୍ତି।

ସମ୍ବନ୍ଧିତ ଖବର