ଲଙ୍ଗଳ ଧରି ଚାଷୀର ଜମି ହଳ କଲେ ଜିଲ୍ଲାପାଳ

ଜୋତା ଓହ୍ଲାଇ ଜମିରେ ବୁଣିଲେ ବିହନ

ରାୟପୁର: ଆସିଛି ବର୍ଷା ଓ ଓଦା ହେଲାଣି ଜମି | ନିଜର ସୁନାର ଫସଲ ପାଇଁ ଏବେ ଚାଷୀ ଭାଇ ଏକଦମ ପ୍ରସ୍ତୁତ | ଜମିରେ ହଳ କରିବାକୁ ନିଜର ଲଙ୍ଗଳ ସହ ବଳଦ ଧରି ଜମିରେ ପହଁଚିଗଲେଣି ଚାଷୀ | ତେବେ ଜଣେ ଜିଲ୍ଲାପାଳ ଚାଷୀଙ୍କ ଜମିରେ ହଳ କରିବା ସହ ବିହନ ବୁଣିଛନ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଛତିଶଗଡ଼ର ବେମେତରା ଜିଲ୍ଲାର ଜିଲ୍ଲାପାଳ ମହାଦେବ କାବରେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ବାବୁ ଜଣକ କେବଳ ଜମିରେ ହଳ କରିନାହାନ୍ତି ବରଂ ବିହନ ମଧ୍ୟ ବୁଣିଛନ୍ତି |

ବେମେତରା ଜିଲ୍ଲାପାଳ ଖିଲୋରା ଗାଁ ଦେଇ ଯାଉଥିବାବେଳେ ଚାଷୀ ଦଶରଥ ସାହୁ ଚାଷ କରୁଥିବାର ଦେଖିବାକୁ ପାଇଥିଲେ |ତେବେ ଚାଷୀଙ୍କୁ ସହଯୋଗ କରିବାକୁ ନିଜ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ ଜିଲ୍ଲାପାଳ | ଜମିରେ ବଳଦ ଓ ଲଙ୍ଗଳ ସହାୟତରେ ଜମିରେ ହଳ କରିଥିଲେ | ଏହାପରେ ଜମିରେ ବିହନ ବୁଣିଥିଲେ |

ନିଜେ ଜୋତା ପିନ୍ଧିଥିଲେ ବି ଚାଷ ପାଇଁ ଖାଲି ପାଦରେ ଜମିରେ ବିହନ ବୁଣିଥିଲେ | ଚାଷୀ ଦଶରଥ କହିଛନ୍ତି ଯେ ଜିଲ୍ଲାପାଳ ବହୁତ ଭଲ ଭାବେ ଚାଷ କରିଛନ୍ତି | ତାଙ୍କ ଭଳି ଜଣେ ବଡ ଅଧିକାରୀ ଏଭଳି କରିବା ବହୁତ ଖୁସି ଦେଇଛି |

ସମ୍ବନ୍ଧିତ ଖବର