ଖାଇବାର ସ୍ବାଦ ଓ ସୁଗନ୍ଧ ବଢ଼ାଇବା ପାଇଁ ଆମେ କିଛି ନା କିଛି ପଦାର୍ଥ ପକାଇଥାଉ। କେଉଁଥିରେ ଆର୍ଟିଫିସିଆଲ୍‌ ଫ୍ଲେବର୍‌ ତ ଆଉ କେଉଁଥିରେ ପ୍ରାକୃତିକ ପତ୍ରଫୁଲ। ପ୍ରତ୍ୟେକ ପତ୍ର ଓ ଫୁଲର କିଛି ନା କିଛି ଔଷଧୀୟ ଗୁଣ ରହିଛି। ଭୁର୍ସୁଙ୍ଗ ପତ୍ର ଏସବୁଠୁ ଅଧିକ ଲାଭକାରୀ।

Advertisment

ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍‌ ଶରୀରରେ ଚର୍ବି କମାଇବାରେ ସାହାଯ୍ୟ କରେ। ଏହା ମେଟାବୋଲିଜିମ୍‌କୁ ତ୍ୱରାନ୍ବିତ କରି ଶରୀରରେ ଜମାଥିବା ଅତିରିକ୍ତ ଚର୍ବିକୁ କମାଇଥାଏ। ଖାଲି ପେଟରେ ଖାଇଲେ ହୃଦ୍‌ରୋଗର ଆଶଙ୍କା ହ୍ରାସ ପାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଫଙ୍ଗାଲ୍‌ ଗୁଣ ଥାଏ; ଯାହା ବ୍ରଣ ଓ ଦାଗ ଭଳି ତ୍ୱଚା ସମସ୍ୟା ଦୂର କରି ତ୍ୱଚାକୁ ଉଜ୍ଜ୍ୱଳ ଓ ଚମକଦାର୍‌ ରଖେ। ପାଚନ କ୍ରିୟା ପାଇଁ ଭୁର୍ସୁଙ୍ଗ ପତ୍ର ଲାଭକାରୀ। ଏଥିରେ ଥିବା ଫାଇବର୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ଉପାଦାନ ଗ୍ୟାସ୍‌, କୋଷ୍ଠକାଠିନ୍ୟ ତଥା ବଦହଜମି ଭଳି ପେଟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ଏହା ଯକୃତକୁ ବିଷମୁକ୍ତ କରିଥାଏ। ଏଥିରେ ଭିଟାମିନ୍‌-ଏ ଓ ସି ଭରପୂର ମାତ୍ରାରେ ଥିବାରୁ ଆଖିକୁ ସୁସ୍ଥ ରଖେ।