ଓଉ ଖଟାର ଏତେ ଗୁଣ

ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଚୀନ୍‌, ଭିଏତ୍‌ନାମ, ଥାଇଲାଣ୍ଡ୍‌, ମାଲେସିଆ ଏବଂ ଇଣ୍ଡୋନେସିଆରେ ଓଉ ଘରେ ଘରେ ପରିଚିତ। ଓଉକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖିଆଯାଉଥିଲେ ମଧ୍ୟ ଓଡ଼ିଶାରେ ଏହାକୁ ଖଟେଇ କରି ଖାଆନ୍ତି। ଓଉରେ ଛଅଟି ଫଡ଼ା ଥାଏ; କେତେକ ଓଉରେ ୬ଟି ଫଡ଼ା ବି ଥାଏ। କିନ୍ତୁ, ତାହା କ୍ୱଚିତ୍‌ ହୋଇଥିବାରୁ ଅପୂର୍ବ। ତେଣୁ କଥାରେ କହନ୍ତି: ନ ଦେଖିବା ଓଉ ଛଅ ଫଡ଼ା। ଓଡ଼ିଆ ପ୍ରହେଳିରେ ଓଉକୁ ପଞ୍ଚୁ ପାଣ୍ଡବ ମଧ୍ୟ କୁହାଯାଏ।

ଏହି ବଣୁଆ ଫଳଟିକୁ ସଭିଏଁ ଖାଉଥିଲେ ମଧ୍ୟ ଏହା କେତେ ସ୍ୱାସ୍ଥ୍ୟପ୍ରଦ ତାହା କ୍ୱଚିତ୍‌ ଲୋକ ଜାଣନ୍ତି।

ରକ୍ତଚାପ କମାଏ: ରକ୍ତଚାପ ସ୍ୱଭାବିକ ରଖିବା ପାଇଁ କଦଳୀ ଖାଇ ଖାଇ ବିରକ୍ତି ଆସି ଯାଇଥିଲେ ଓଉ ଖାଆନ୍ତୁ। ଏଥିରେ ବି ପଟାସିୟମ୍‌ ରହିଛି। କଦଳୀ ଠାରୁ ଏହା ରକ୍ତଚାପ ଦୂର କରିବାରେ ଅଧିକ ଫଳପ୍ରଦ।

ଆଖି ପାଇଁ ଭଲ: ଓଉରେ ଭିଟାମିନ୍‌ ଏ ଥିବାରୁ ଏହା ଆଖି ପାଇଁ ଉପକାରୀ। ନିୟମିତ ଓଉ ଖାଇଲେ ଦୃଷ୍ଟିଶକ୍ତି ଭଲ ରହେ।

ସଂକ୍ରମଣ ପ୍ରତିରୋଧକ: ଓଉରେ ଅଧିକ ପରିମାଣର ଭିଟାମିନ୍‌ ସି ଥିବାରୁ ଏହା ଉତ୍ତମ ସଂକ୍ରମଣ ପ୍ରତିରୋଧକ ଭାବେ କାର୍ଯ୍ୟ କରେ। ଯଦି ଥଣ୍ଡା କିମ୍ବା ସେଥିଯୋଗୁଁ କୌଣସି ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି, ବରାବର ଓଉ ଖାଇଲେ ଉପକାର ପାଇବେ।

ବାର୍ଦ୍ଧକ୍ୟ ନାଶକ: ଚିର ଯୌବନ ଦିଶିବାକୁ ଚାହୁଁ ଥିଲେ ଭିଟାମିନ୍‌ ସି ଖାଇବା ଆବଶ୍ୟକ। ଶରୀରରେ ଥିବା କଲୋଜେନ୍‌ ପ୍ରୋଟିନ୍‌ ଚର୍ମକୁ ଦୃଢ଼ ରଖି କୁଞ୍ଚିତ କରାଇ ଦିଏ ନାହିଁ। କିନ୍ତୁ କଲୋଜେନ୍‌ରେ ଭିଟାମିନ୍‌ ସି ମିଶିଲେ ଯାଇ ତାହା ସକ୍ରିୟ ହୋଇଥାଏ। ଏହାଛଡ଼ା ଭିଟାମିନ୍‌ ସି ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବାରୁ ଚର୍ମରୁ ଫ୍ରି ରାଡିକାଲ୍‌ ନାମକ ରାସାୟନିକ ମଲିକ୍ୟୁଲ୍‌ ଦୂର କରିବା ସହ ବାର୍ଦ୍ଧକ୍ୟ ଦୂରେଇ ଥାଏ।

ଶକ୍ତିସ୍ତର ବଜାୟ ରଖିଥାଏ: ଓଉରେ ବିପୁଳ ପରିମାଣର ଭିଟାମିନ୍‌ ବି ଥାଏ। ଯଦି ଦେହ ଦୁର୍ବଳିଆ ଲାଗୁଥାଏ, ଓଉ ଖାଇଲେ ଭଲ ଲାଗିବ। ଏଥିରେ ଥିବା ଭିଟାମିନ୍‌ ବି କେବଳ ବଳ କାରକ ନୁହେଁ, ମସ୍ତିଷ୍କ ଏବଂ ସ୍ନାୟୁ କୋଷିକାଗୁଡ଼ିକୁ ମଧ୍ୟ ଏହା ସୁସ୍ଥ ରଖେ।

ଲୋହିତ ରକ୍ତ କଣିକା ବୃଦ୍ଧିକାରୀ: ଓଉରେ ଲୌହର ମାତ୍ରା ଥିବାରୁ ଏହା ଏନିମିଆ ଭଳି ରକ୍ତହୀନତା ରୋଗୀମାନେ ଖାଇବା ଉଚିତ। ନିୟମିତ ଓଉ ଖାଇଲେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ।

କିଡ୍‌ନିକୁ ସୁରକ୍ଷା ଦିଏ: ଓଉରେ ଥିବା ଜୈବିକ ଉପାଦାନ ବୃକ୍କକୁ ମଧ୍ୟ ସୁରକ୍ଷା ଦିଏ। ଏହା ବୃକ୍କକ ନିମନ୍ତେ ଅମୃତ ତୁଲ୍ୟ ବୋଲି ପ୍ରାଚୀନ ଭାରତୀୟ ଗବେଷକମାନେ କହିଛନ୍ତି। ଏହାଛଡ଼ା କଲିଜା ଓ ହୃତ୍‌ପିଣ୍ଡ ପାଇଁ ମଧ୍ୟ ଓଉ କାମ କରିଥାଏ।

ସମ୍ବନ୍ଧିତ ଖବର