ଭାରତ ଏମିତି ଏକ ଦେଶ ଯେଉଁଠାରେ କଞ୍ଚା ଲଙ୍କାର ପ୍ରୟୋଗ ଖାଇବା ସମୟରେ ଅଧିକ କରାଯାଏ। ସବୁଜ କଞ୍ଚା ଲଙ୍କା ଏକ ଔଷଧ ପରି ମଧ୍ୟ ବ୍ୟବହାର କରାଯାଇପାରେ। କାରଣ ଏଥିରେ ରୋଗ ନିବାରଣ କରିବାର ଶକ୍ତି ରହିଛି। କଞ୍ଚା ଲଙ୍କାରେ ପୋଷକତତ୍ତ୍ବ ଯେମିତିକି ଭିଟାମିନ-ଏ, ସି, ଆଇରନ, ପୋଟାସିଅମ, ପ୍ରୋଟିନ ଇତ୍ୟାଦି ଭରପୂର ପରିମାଣରେ ରହିଛି।  ମହିଳାଙ୍କ କ୍ଷେତ୍ରରେ ଏହା ବେଶ୍ ଲାଭଦାୟକ ହୋଇଥାଏ।

Advertisment

ଯଦି ଆପଣଙ୍କର ରକ୍ତଚାପ ଅଧିକ ରହିଛି ତେବେ କଞ୍ଚା ଲଙ୍କା ଖାଇବାଦ୍ବାରା ଲ‌ାଭ ମିଳିଥାଏ। ଏହାଛଡ଼ା ମଧୁମେହ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଏହାକୁ ଖାଇପାରିବେ। କଞ୍ଚା ଲଙ୍କାରେ ଭରପୂର ମାତ୍ରାରେ ତନ୍ତୁ ଥିବାରୁ ଏହା ଆମ ଶରୀରରେ ପାଚନ କ୍ରିୟାରେ ସହାୟକ ହୋଇଥାଏ। ପ୍ରାୟତଃ ମହିଳାଙ୍କଠାରେ ଆଇରନର ପରିମାଣ କମ୍‌ଥାଏ। ଏଥିପାଇଁ ଖାଇବା ସମୟରେ ପ୍ରତିଦିନ କଞ୍ଚା ଲଙ୍କା ଖାଇଲେ ଆଇରନ ବୃଦ୍ଧି ପାଇଥାଏ। କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଥିବାରୁ ଏହା ସଂକ୍ରମଣରୁ ରକ୍ଷା କରିଥାଏ। ତେଣୁ କଞ୍ଚା ଲଙ୍କା ଖାଇବାଦ୍ବାରା ଆପଣଙ୍କ ତ୍ବଚାରେ କୌଣସି ପ୍ରକାରର ଆଲର୍ଜି ବା ସଂକ୍ରମଣ ହେବନାହିଁ।

ଯେଉଁମାନଙ୍କର ଆଜ୍‌ମା ଭଳି ସମସ୍ୟା ରହିଥାଏ ସେମାନେ କଞ୍ଚା ଲଙ୍କାର ରସ ସହ ମହୁ ମିଶାଇ ସେବନ କରିଲେ ଏହା ନିୟନ୍ତ୍ରଣ ହୋଇଥାଏ। କଞ୍ଚା ଲଙ୍କାରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। କଞ୍ଚା ଲଙ୍କାରେ ଭିଟାମିନ ପ୍ରଚୁର ପରିମାଣରେ ରହିଥିବାରୁ ଏହା ତ୍ବଚା ପାଇଁ ଲାଭଦାୟକ ହୋଇଥାଏ। ସବୁଜ ଲଙ୍କା ଖାଇବାଦ୍ବାରା ଓଜନକୁ ନିୟନ୍ତ୍ରଣ ହୋଇଥାଏ। କିଛି ମହିଳା କହନ୍ତି ଯେ, ସବୁଜ ଲଙ୍କା ସମେତ ମସଲାଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ଏଣ୍ଡୋର୍ଫିନ୍ ବାହାରିବା କାରଣରୁ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।