ଦୀର୍ଘ ଦିନ ଧରି କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କର କିଡ୍ନୀ ୯୦%ରୁ ଅଧିକ ଖରାପ ହୋଇଯାଇଥାଏ, ସେତେବେଳେ ରେନାଲ ରିପ୍ଲେସମେଣ୍ଟ ଥେରାପୀ ମାଧ୍ୟରେ ଚିକିତ୍ସା କରାଯାଏ, ଏହା ସାଧାରଣତଃ ୨ ପ୍ରକାର ହୋଇଥାଏ।
୧- ଡାୟାଲେସିସ୍ – ଏହା କିଡ୍ନୀ ରୋଗୀ ମାନଙ୍କ ପାଇଁ ସପ୍ତାହରେ ଦୁଇରୁତିନି ଥର କରାଯାଏ ଏବଂ ପ୍ରାୟ ଜୀବନ ସାରା କରିବାକୁ ପଡ଼ିଥାଏ ।
୨- କିଡ୍ନୀ ପ୍ରତିରୋପଣ – ଏହି କ୍ଷେତ୍ରରେ ଏକ ସୁସ୍ଥ ବ୍ୟକ୍ତିର କିଡ୍ନୀକୁ ରୋଗୀଦେହରେ ପ୍ରତିରୋପଣ କରାଯାଏ, ରୋଗୀର ଶରୀରରେ ଏହି ପ୍ରତିରୋପିତ କିଡ୍ନୀ ସ୍ୱାଭାବିକ ଭାବେ କାମ କରିଥାଏ ଓ ରକ୍ତରେ ୟୁରିଆ, କ୍ରିଏଟିନିଂର ମାତ୍ରାକୁ ଠିକ ଭାବେ ନିୟନ୍ତ୍ରଣ କରିଥାଏ।
କିଏ କିଡ୍ନୀ ଦାନ କରିପାରିବ? : ସାଧାରଣତଃ ୧୮ ରୁ ୬୦ ବର୍ଷର ବୟସ ମଧ୍ୟରେ ଥିବା ସୁସ୍ଥ ମଣିଷ, ଯାହାର ଡାଇବେଟିସ୍, ରକ୍ତଚାପ, ହାର୍ଟ ସମସ୍ୟା, ଲିଭର ସମସ୍ୟା, ଅନ୍ୟ କିଡ୍ନୀ ସମସ୍ୟା, କ୍ୟାନସର କିମ୍ବା ଅନ୍ୟ କୌଣସି ଜଟିଳ ରୋଗ ନ ଥିବା ଏବଂ ସେ ମାନସିକ ଭାବେ ସୁସ୍ଥ ଥିବ ସେ ଚାହିଁଲେ ସ୍ୱେଛାକୃତ ଭାବେ ନିଜ କିଡ୍ନୀ ଦାନ କରିପାରିବେ।
ବିଶେଷ କରି ସମାନ ବ୍ଲଡ୍ ଗ୍ରୁପ୍ କିମ୍ବା O ବ୍ଲଡ୍ ଗ୍ରୁପ୍ ବ୍ୟକ୍ତି ଦେଇପାରିବେ ଏବଂ AB- ବ୍ୟକ୍ତି କିଡ୍ନୀ ନେଇପାରିବେ। କିନ୍ତୁ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ଏବେ ଅଲଗା ବ୍ଲଡ ଗ୍ରୁପ୍ ମଧ୍ୟରେ ବି ସଫଳତାର ସହିତ କିଡ୍ନୀ ଦାନ କରିପାରିବେ।
କେବଳ ୩ ବର୍ଷରୁ ୬୦ ବର୍ଷର ରୋଗୀ ଯେଉଁମାନଙ୍କର ହୃଦ୍ରୋଗ, ଲିଭରରୋଗ, କ୍ୟାନସରରୋଗ ଭଳି ରୋଗନଥିବ, ସେମାନଙ୍କ ଶରୀରରେ କିଡ୍ନୀ ପ୍ରତିରୋପଣ କରିହେବ।
ସାଧାରଣତଃ କିଡ୍ନୀ ଦାନ କରିବା ପୂର୍ବରୁ ଡୋନଙ୍କର ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କାରାଯାଇଥାଏ। ଏକ ସୁସ୍ଥ ଶରୀରର ଗୋଟିଏ କିଡ୍ନୀ କଢାଯାଇଥାଏ। ଗୋଟିଏ କିଡ୍ନୀ ସାହାଯ୍ୟରେ ମଧ୍ୟ ସୁସ୍ଥ ଜୀବନ ଅତିବାହିତ କରିହେବ। ତେଣୁ କିଡ୍ନୀ ଦାନ କରିବା ଦ୍ୱାରା କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ ନାହିଁ। କିନ୍ତୁ ସେମାନେ ଅତ୍ୟାଧିକ ପେନ୍ କିଲର ସେବନ ନ କରିବାଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ହୋଇଥାଏ।
ଅନ୍ୟ ଅପରେସନ ଭଳି ଏହା ମଧ୍ୟ ଏକ ଅପରେସନ୍। ଆଜିକାଲି ଅତ୍ୟାଧୁନିକ ଲାପାରୋସ୍କୋପିକ୍ ଏବଂ ରୋବୋର୍ଟ ଭଳି ପଦ୍ଧତିରେ ଅତି ସହଜରେ କିଡ୍ନୀ ପ୍ରତିରୋପଣ କରାଯାଇପାରୁଛି।
ତେବେ କିଡ୍ନୀ ପ୍ରତିରୋପଣ ଡାୟାଲେସିସ୍ ଅପେକ୍ଷା ଭଲ। ଡାୟାଲେସିସ୍ ସାହାଯ୍ୟରେ ମେସିନ୍ ମାଧ୍ୟରେ ଶରୀରର ବର୍ଜ୍ୟବସ୍ତୁ ସବୁ ନିଷ୍କାସିନ କରାଯାଏ। କିନ୍ତୁ ପ୍ରତିରୋପଣ ମାଧ୍ୟମରେ ଏକ ସୁସ୍ଥ କିଡ୍ନୀ ଲଗାଯିବା ଦ୍ୱାରା ଶରୀର ତାର ନିଜ କାମ ନିଜେ ସୁଚାରୁ ରୂପେ କରିଥାଏ ଏବଂ ଏକ ସୁସ୍ଥ ଓ ସହଜ ଜୀବନ ବଞ୍ଚିବାରେ ସମର୍ଥ ହୋଇଥାଏ। ବାରମ୍ବାର ଡାୟାଲେସିସ୍ ର ଖର୍ଚ୍ଚବହନ କରିବା ଅପେକ୍ଷାକିଡ୍ନୀ ପ୍ରତିରୋପଣ କରି ସୁସ୍ଥ ରହିବା ଭଲ।
କିଡ୍ନୀ ରୋଗ ବିଶେଷଜ୍ଞ, ବିଭାଗୀୟ ମୁଖ୍ୟ, କେୟାର ହସ୍ପିଟାଲ, ଭୁବନେଶ୍ୱର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/2019_4image_17_04_362361380kidney-ll.jpg)