ମଣିଷ ସ୍ୱାସ୍ଥ୍ୟ ପାଇଁ ଶିଳାଜିତ ଖୁବ୍ ଉପକାରୀ। ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ରରେ ଏହାର ଉପଯୋଗ ବିଷୟରେ ବର୍ଣ୍ଣନା ରହିଛି। ଏସିଆ ମହାଦେଶର ପାର୍ବତ୍ୟ ଅଞ୍ଚଳରୁ ମିଳୁଥିବା ଏକ ପ୍ରକାର ଆଲକାତରା ଭଳି ଖନିଜ ପଦାର୍ଥକୁ ହିଁ ଶିଳାଜିତ କୁହାଯାଏ। ଏଥିରେ ୮୫ରୁ ଅଧିକ ପ୍ରକାରର ଖନିଜ ଲବଣ ମିଶିଥାଏ ବୋଲି ଗବେଷଣାରୁ ଜଣା ପଡ଼ିଛି। ଶିଳାଜିତ ଶରୀରକୁ ଶୌର୍ଯ୍ୟ ପ୍ରଦାନ କରିବା ସହ ବ୍ୟାକ୍ଟେରିଆ ଯୋଗୁଁ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥ ନିଷ୍କାସନ କରିଥାଏ।
ନେପାଳ, ଉତ୍ତର ଭାରତ ଏବଂ ପାକିସ୍ତାନରେ କେତେକ ଅଧ୍ୟୟନରେ ପରେ ଶିଳାଜିତର ବାର୍ଦ୍ଧକ୍ୟ ନିରୋଧୀ ଗୁଣ ଜଣାପଡ଼ିଥିଲା। ଏହି ସବୁ ଅଞ୍ଚଳରେ ଲୋକେ ବହୁ ପରିମାଣରେ କଞ୍ଚାକ୍ଷୀରରେ ପ୍ରସ୍ତୁତ ଦହିରେ ଶିଳାଜିତ ମିଶାଇ ଖାଆନ୍ତି। ଫଳରେ ବୃଦ୍ଧାବସ୍ଥାରେ ବି ସେମାନେ ସୁସ୍ଥ ରହନ୍ତି। ଏ ଅଞ୍ଚଳରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପ୍ରାୟ ନାହିଁ କହିଲେ ଚଳେ।
ମସ୍ତିଷ୍କକୁ ସକ୍ରିୟ ରଖୁଥିବାରୁ ଶିଳାଜିତ ବାର୍ଦ୍ଧକ୍ୟ ଜନିତ ସ୍ମୃତିଶକ୍ତି କ୍ଷୟ କରାଇ ଦିଏ ନାହିଁ। ପରିସ୍ରା ନଳୀ ସମସ୍ୟା, କାମଳ, ହଜମକ୍ରିୟା ଜନିତ ସମସ୍ୟା, ପ୍ଳୀହା ବୃଦ୍ଧି ସମସ୍ୟା, ଅପସ୍ମାର, ବ୍ୟାକୁଳତା, ବ୍ରୋଙ୍କାଇଟିସ୍ ଏବଂ ରକ୍ତହୀନତା ଆଦି ରୋଗ ଶିଳାଜିତ ଦ୍ୱାରା ଆରୋଗ୍ୟ କରିହେବ।
ଶିଳାଜିତ ଖାଇବା ଦ୍ୱାରା ମାଂସପେଶୀ, ଟିସ୍ୟୁ ଏବଂ ହାଡ଼ ମଧ୍ୟରେ ଖନିଜ ଲବଣର ଚଳପ୍ରଚଳ ବୃଦ୍ଧି ପାଏ। ଏହାକୁ ଉଚିତ ପରିମାଣରେ ଖାଇଲେ ଶରୀରରୁ ଦୁର୍ବଳତା ହ୍ରାସ ପାଏ।
ଶିଳାଜିତରେ ଆୟନ୍ ଥିବାରୁ ଏହା ଖନିଜ ଲବଣକୁ ତରଳାଇ ପାରେ। ତେଣୁ ଏହାକୁ ଖାଇବା ଦ୍ୱାରା ବୃକ୍କକ୍ ପଥୁରି, ପିତକୋଷ ପଥୁରି ଏବଂ ପ୍ରଦାହ ଆଦି ଚିକିତ୍ସା କରାଯାଇ ପାରିବ। ଏଥିରେ ଅଣୁଜୀବ ନିରୋଧୀ ଗୁଣ ଥିବାରୁ ଏହା ଘା ଶୁଖାଇବା ସହ ରକ୍ତ ଶର୍କରା ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।