ଦେଶର ଶକ୍ତି ସଙ୍କଟ ଦୂର କରିବ ସୌରଶକ୍ତି ଚାଳିତ ଗଛ !

ସମଗ୍ର ଦେଶରେ ଶକ୍ତି ସଙ୍କଟ ଲାଗିରହିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବୈଜ୍ଞାନିିମାନେ ଏକ ସୌର ଚାଳିତ ଗଛ ତିଆରି କରିଛନ୍ତି। ଯାହାଦ୍ୱାରା ସୂର୍ଯ୍ୟଶକ୍ତି ସାହଯ୍ୟରେ ବିଦ୍ୟୁତ ଉତ୍ପାଦନ ହୋଇପାରିବ ଓ ଶକ୍ତି ସଙ୍କଟ ଦୂର କରିବ। ଏହି ଗଛର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସୌର ଗଛକୁ ଲଗାଇପାରିବେ। ଦେଶରେ ସୌରଶକ୍ତିର ବ୍ୟବହାର ପାଇଁଁ ସବୁଠାରୁ ବଡ଼ ସମସ୍ୟା ହେଲା ଖାଲି ସ୍ଥାନ। ଏହି ସମସ୍ୟାକୁ ନଜରେ ରଖି ସୌରଶକ୍ତି ଗଛକୁ ପ୍ରସ୍ତୁତ କରାଯାଇଛିି। ଉଦାହରଣ ସୂରୂପ ୫ କିଲୋୱାଟ୍‌ ଶକ୍ତି ଉତ୍ପାଦନ ପାଇଁ ପାଖାପାଖି ୫୦୦ ବର୍ଗ ଫୁଟ୍‌ ସ୍ଥାନର ଆବଶ୍ୟକତା ଥାଏ। କିନ୍ତୁ ୫ କିଲୋୱାଟ୍‌ ସୌରଶକ୍ତି ଗଛ ଲଗାଇବା ପାଇଁ ୪ ବର୍ଗ ଫୁଟ ସ୍ଥାନ ଦରକାର ପଡ଼େ। ସିଏସଆଇଆର୍‌-ସିଏମଇଆରଆଇ (କେନ୍ଦ୍ରୀୟ ମେକାନିକାଲ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ)ର ଡ଼ଃ ସିବନାଥ ମୈତି ଏହି ସୌରଶକ୍ତିି ଗଛ ବିକଶିତ କରିଛନ୍ତି। ଅବିକଳ ଗଛ ପରି ଦେଖାଯାଏ ଏହି ସୌରଚାଳିତ ଗଛ। ଏଥିରେ ୩୦ଟି ସୋଲାର ପ୍ୟାନେଲ ଲଗାଯାଇପାରିବ।

ସୂଚନାଯୋଗ୍ୟ ୨୦୦୮ରେ ହିଁ ବିକଶିତ ହୋଇସାରିଥିଲା ସୌରଶକ୍ତି ଗଛ। କିନ୍ତୁ ୨୦୧୬ରେ ହିଁ ସରକାର ଏଥିପ୍ରତି ଧ୍ୟାନ ଦେଇଥିଲେ। ୩ କିଲୋୱାଟ୍‌, ୪ କିଲୋୱାଟ୍‌ ଓ ୭.୫ କିଲୋୱାଟ୍‌ ପର୍ଯ୍ୟନ୍ତ ତିଆରି ହୋଇଛି ସୌରଶକ୍ତି ଗଛ। ଆଗକୁ ୯ କିଲୋୱାଟ୍‌ ସୌର ଶକ୍ତି ଚାଳିତ ଗଛ ତିଆରି କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦେଶର ଏପରି ଗାଁ ଅଛି ଯେଉଁଠି ବିଦ୍ୟୁତ ଯୋଗାଇବା ପାଇଁ ସମ୍ଭବ ନୁହେଁ। ସେଠାରେ ସୌର ଚାଳିତ ଗଛ ପହଞ୍ଚାଇବା ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ୫ କିଲୋୱାଟର ସୌରଶକ୍ତି ଚାଳିତ ଗଛ ଲଗାଇବା ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ। ଲୁଧିଆନା, ଦିଲ୍ଲୀ ସମେତ ଅନେକ ସ୍ଥାନରେ ସୌରଶକ୍ତି ଚାଳତିି ଗଛ ଲଗାଇଯାଇଛି ଓ ଏନେଇ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି। ୭.୫ କିଲୋୱାଟର ସୌର ଶକ୍ତି ଚାଳିତ ଗଛ ଦ୍ୱାରା ୫ଟି ପରିବାରକୁ ବିଦ୍ୟୁତ ଯୋଗାଇହେବ।

ସୌର ଶକ୍ତି ଚାଳିତ ଗଛର ଲାଭ

୧) ଅଳ୍ପ ସ୍ଥାନରେ ଅଧିକ ବିଦ୍ୟୁତ ଉତ୍ପାଦନ ସମ୍ଭବ।
୨) ୩୫ ବର୍ଷ ପର୍ଯ୍ୟନ୍ତ ଏହି ଗଛକୁ ବ୍ୟବହାର କରାଯାଇପାରିବ।
୩) ଝଡ଼ତୋଫାନ ଆସିଲେ ମଧ୍ୟ ଏହି ଗଛ ଉପୁଡ଼ିଯିବାର ଭୟ ରହିବ ନାହିଁ।
୪) ସୌରଶକ୍ତି ଚାଳିତ ଗଛକୁ ଏପରି ପ୍ରସ୍ତୁତ କରାଯାଇଛିି, ଗୋଟିଏ ପ୍ୟାନେଲ ଅନ୍ୟଟି ଉପରେ ମାଡ଼ିବ ନାହିଁ ଯଦ୍ୱାରା ଚାର୍ଜ ହେବାରେ ମଧ୍ୟ ଅସୁବିଧା ହେବ ନାହିଁ।
୫) ନଦୀ କୂଳରେ, ରାସ୍ତା ପାଖରେ ଓ ସମୂଦ୍ର କୂଳରେ ଏହି ଗଛକୁ ଲଗାଯାଇପାରିବ।
୬) ପ୍ୟାନଲେକୁ ସଫା କରିବା ପାଇଁ ଉପରି ପାଖରେ ପାଣିର ସ୍ପ୍ରେ କରି ସଫା କରିପାରିବେ।
୭) ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ଏହି ଗଛ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର