ପ୍ରଥମ ଦେଖାରେ ହୋଇଗଲା ପ୍ରେମ ! ଦୁର୍ଗାପୂଜା ମଣ୍ଡପରେ ପ୍ରେମୀଯୁଗଳଙ୍କର ଏପରି ଶୈଳୀରେ ହେଲା ବିବାହ

ନୂଆଦିଲ୍ଲୀ: ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥାଏ ବୋଲି ଅନେକ ସମୟରେ ଶୁଣିବାକୁ ମିଳିଥାଏ। ଏହାର ଏକ ଉଦାହରଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ଏଠାରେ ଯୁବକ ଯୁବତୀ ପ୍ରଥମ ଦେଖାରେ ହିଁ ଦୁହେଁଦୁହିଁଙ୍କୁ ନିଜର ଜୀବନସାଥୀ ବାଛି ନେଇଥିଲେ ଏବଂ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଆଉ ଏହି ବିବାହରେ ଶହ ଶହ ଲୋକ ସାଜିଥିଲେ ବରଯାତ୍ରୀ।

ସୂଚନାଯୋଗ୍ୟ, ହୁଗୁଳି ଜିଲା ହିନ୍ଦ ମୋଟର୍ସ ଅଞ୍ଚଳର ସୁଦୀପ ଘୋଷାଲ ଓ ଶେଉରାଫୁଲିର ପ୍ରତିମା ବାନାର୍ଜୀଙ୍କ ମଧ୍ୟରେ ୩ ମାସ ପୂର୍ବରୁ ଫେସ୍‌ବୁକ୍‌ ଜରିଆରେ ବନ୍ଧୁତା ସ୍ଥାପନା ହୋଇଥିଲା। କିଛିଦିନ ପରେ ଦୁହେଁ ଦୁହିଁଙ୍କୁ ସାକ୍ଷାତ କରିବେ ବୋଲି କଥା ହୋଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ଆକସ୍ମିକ ଭାବେ ଦୁର୍ଗାଷ୍ଟମୀ ଦିନ (ଅକ୍ଟୋବର ୬)ସନ୍ଧ୍ୟାରେ ଗୋଟିଏ ପେଣ୍ଡାଲକୁ ମା’ଙ୍କ ଦର୍ଶନ ପାଇଁ ସୁଦୀପ ଘୋଷାଲ ଓ ପ୍ରତିମା ବାନାର୍ଜୀ ଆସିଥିଲେ। ଦୁହେଁଦୁହିଁଙ୍କୁ ସେଠାରେ ପ୍ରଥମ ଥର ପାଇଁ ଦେଖିଥିଲେ ଏବଂ ବିବାହ କରିବେ ବୋଲି ସ୍ଥିର କରିଥିଲେ। ଏହାପରେ ମାତ୍ର ୪ ଘଣ୍ଟା ମଧ୍ୟରେ ସେହି ମଣ୍ଡପରେ ଦୁଇଜଣଙ୍କର ବିବାହ ହୋଇଥିଲା। ଦୁଇଜଣଙ୍କ ଏଭଳି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି। ସୁଦୀପ ପେସାରେ ଜଣେ ଫାର୍ମାସୁଟିକଲ ଏକଜିକ୍ୟୁଟିଭ୍‌ ହୋଇଥିବା ବେଳେ ପ୍ରତିମା ନିଜର ବୁଟିକ୍‌ ଚଳାଇ ଥାଆନ୍ତି।

ସମ୍ବନ୍ଧିତ ଖବର