କୋଲକାତା: ଶାଢ଼ି ପିନ୍ଧି କିଛି କାର୍ଯ୍ୟ କରିବା ଆଜିକାଲି ଝିଅମାନଙ୍କ ପାଇଁ ପ୍ରାୟ ଏକ କଷ୍ଠକର କାମ। ମାତ୍ର ଏମିତି ବି ଝିଅ ଅଛନ୍ତି ଯିଏକି ଶାଢ଼ି ପିନ୍ଧି ନାନା ପ୍ରକାରର ଅସାଧ୍ୟ କାର୍ଯ୍ୟ କରି ପାରୁଛନ୍ତି। ଯାହାକି ଆଲୋଚନାର ବିଷୟବସ୍ତୁ ପାଲଟୁଛି। ଜଣେ ବଙ୍ଗୀୟ ଯୁବତୀଙ୍କର ଏକ ଭିଡିଓ ଏବେ ଖୁବ୍ ଜୋର୍ରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଯୁବତୀ ଜଣକ ଶାଢ଼ି ପିନ୍ଧି ବ୍ୟାକ୍ଫ୍ଲିପ୍ ମାରିବା ସହ ନୃତ୍ୟ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି।
ଯୁବତୀଙ୍କର ଏପରି ପ୍ରକାରର ଆରୋବେଟିକ୍ ଦକ୍ଷତା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି। ଏହି ଭିଡିଓଟି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏପ୍ରିଲ୍ ୨ ତାରିଖରେ ପୋଷ୍ଟ୍ ହେବା ପେର ଏବେ ସୁଦ୍ଧା ତାର ଭିୟୁ ହୋଇ ସାରିଲାଣି ୨୬ ହଜାର।
View this post on Instagram
ଯୁବତୀଙ୍କ ନାମ ମିଲି ସରକାର। ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ୧୮୯ ହଜାର ଫଲୋର୍ସ ଅଛନ୍ତି। ସେ ଭିଡିଓଟିକୁ ତାଙ୍କ ଇନ୍ଷ୍ଟା ଆକାଉଣ୍ଟ୍ରେ ସେୟାର କରି ଲେଖିଛନ୍ତି, ‘ଶାଢ଼ିରେ ନୃତ୍ୟ ପ୍ରଦର୍ଶନ’। ସେ ନୃତ୍ୟ ପରିବେଷଣ କଲା ବେଳେ କେତେକ ସ୍ଥାନରେ ଜିମ୍ନାଷ୍ଟିକ୍ ପୋଜିସନ୍ରେ ବି ନଜର ଆସିଛନ୍ତି।
ତେବେ ତାଙ୍କର ଏହି ଭିଡିଓ ଦେଖିବା ପରେ କେହି କେହି ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେହି ସମାଲୋଚନା ବି କରିଥିବାର ଦେଖିବାକୁ ମିଳିିଛି।