ନୂଆଦିଲ୍ଲୀ: କୋଲକାତାର ଯାଦବପୁର ୟୁନିଭରସିଟିର ଜଣେ ଛାତ୍ର ଫେସ୍ବୁକ୍ରେ ବାର୍ଷିକ ପ୍ୟାକେଜ୍ ୧.୮ କୋଟି ଟଙ୍କାର ଚାକିରି ଅଫର୍ ପାଇ ଏବେ ଚର୍ଚ୍ଚିତ ପାଲଟିଛନ୍ତି। ଫେସ୍ବୁକ୍ ପୂର୍ବରୁ ତାଙ୍କୁ ଗୁଗୁଲ୍ ଓ ଆମାଜନ୍ରୁ ଚାକିରି ଅଫର୍ ମିଳିଥିଲେ ବି ସେ ତାହାକୁ ଗ୍ରହଣ ନକରି ଫେସ୍ବୁକ୍ରେ ଚାକିରି କରିବାର ନିଷ୍ପତ୍ତି ନେଇଥିଲେ। ୟୁନିଭରସିଟିରେ ଚଳିତବର୍ଷ ଯେତେ ଜଣ ଛାତ୍ର ପଢୁଥିଲେ ସମସ୍ତଙ୍କଠାରୁ ଅଧିକ ଦରମାରେ ଚାକିରି ଅଫର୍ ପାଇଛନ୍ତି ଏହି ଯୁବକ ଜଣକ।
ଏହି ଯୁବକଙ୍କ ନାମ ବିଶାଖ ମଣ୍ଡଲ୍। ତାଙ୍କୁ ଗୁଗୁଲ୍ ଓ ଆମାଜନ୍ରୁ ଚାକିରି ଅଫର୍ ମିଳିଥିଲେ ବି ଅଧିକ ଦରମା ହେତୁ ସେ ଫେସ୍ବୁକ୍କୁ ଚୟନ କରିଥିବା ଜାଣିବାକୁ ମିଳିଛି। ସେ ଆସନ୍ତା ସେପ୍ଟେମ୍ବର ମାସରୁ ବିଧିବଦ୍ଧ ଭାବେ ଫେସ୍ବୁକ୍ରେ ଜଣେ କର୍ମଚାରୀ ଭାବେ ଯୋଗ ଦେବେ। ବିଶାଖ ହେଉଛନ୍ତି ୟୁନିଭରସିଟିର କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂର ଚତୁର୍ଥ ବର୍ଷର ଛାତ୍ର। ବିଶାଖ ଲଣ୍ଡନରେ ଚାକିରି କରିବେ। ଆସନ୍ତା ସେପ୍ଟେମ୍ବରରେ ସେ ଲଣ୍ଡନ ଯିବେ ବୋଲି ସ୍ଥିର ହୋଇଛି।
ସେ ଗଣମାଧ୍ୟମ ସଂସ୍ଥାକୁ ତାଙ୍କର ସାକ୍ଷାତ୍କାର ଦେଇ କହିଛନ୍ତି, ‘ମଙ୍ଗଳବାର ରାତିରେ ମୋତେ ଏହି ଚାକିରି ଅଫର୍ ମିଳିଛି। ୨ ବର୍ଷ ହେଲା କରୋନା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ସମୟରେ ମୁଁ ବିଭିନ୍ନ ସଂସ୍ଥାରେ ଇଣ୍ଟର୍ଣ୍ଣ ଭାବେ କାମ କରିଛି। ତାହାହିଁ ମେତେ ଇଣ୍ଟର୍ଭିୟୁ ପାସ୍ କରିବାକୁ ସାହାଯ୍ୟ କଲା।’
ତାଙ୍କ ମାଆ ଜଣେ ଅଙ୍ଗନବାଡ଼ୀ କର୍ମୀ ହୋଇଥିବା ବେଳେ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି କି ବିଶାଖ ପିଲାଟି ଦିନରୁ ହିଁ ପାଠ ପଢ଼ାରେ ଖୁବ୍ ଭଲ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-65.jpg)