ରାସ୍ତାପାର୍ଶ୍ବରେ ଟାଣ ଖରାରେ ଚାରା ବିକୁଥିବା ବୃଦ୍ଧଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରାସ୍ତା କଡ଼ରେ ଜଣେ ବୃଦ୍ଧ ବ୍ୟକ୍ତି ଟାଣ ଖରାରେ ଚାରା ବିକ୍ରି କରୁଥିଲେ। ବୃଦ୍ଧ ଜଣକ ଏଭଳି ଅବସ୍ଥାରେ ଚାରା ବିକ୍ରି କରୁଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହୋଇଯାଇଛି। କିଛିଲୋକ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ଆଉ କିଛି ଲୋକ ଦୂରରେ ଥିବାରୁ ଅନ୍ୟମାନଙ୍କୁ  ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଟୁଇଟର ବ୍ୟବହାରକାରୀ ଉକ୍ତ ବୃଦ୍ଧଙ୍କ ଠାରୁ ଚାରା କିଣିବା ପାଇଁ ଅନୁରୋଧ କରିଛନ୍ତି। ସୋମବାର ଟୁଇଟର ବ୍ୟବହାରକାରୀ ‘ @ ଶୁଭବ ଜୈନ ୯୯୯’ ବୃଦ୍ଧ ରେବନା ସିଦ୍ଧପ୍ପାଙ୍କ ବିଷୟରେ ଏକ ପୋଷ୍ଟ କରିଥିଲେ। ଯିଏକି କର୍ଣ୍ଣାଟକ ରାଜଧାନୀରେ ରାସ୍ତା କଡ଼ରେ ବସି ଚାରା ବିକ୍ରି କରୁଥିଲେ।

ଟୁଇଟର ବ୍ୟବହାରକାରୀ ‘ @ ଶୁଭମ ଜୈନ ୯୯୯ ସୋସିଆଲ ମିଡିଆରେ ରେବନା ସିଦ୍ଧପ୍ପାଙ୍କ ଦୁଇଟି ଫଟୋ ସେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ମିଳୁଛି ଟାଣ ଖରାରେ ବୃଦ୍ଧ ରେବନା ରାସ୍ତାପାର୍ଶ୍ବରେ ବସି କିଛି ଚାରା ବିକ୍ରି କରୁଛନ୍ତି। ଆଉ ଟାଣ ଖରାରରୁ ନିଜକୁ ରକ୍ଷା କରିବା ପାଇଁ ଗୋଟିଏ ହାତରେ ଛତାଟିଏ ଧରିଛନ୍ତି। ବୃଦ୍ଧଙ୍କୁ ସମର୍ଥନ କରିବା ପାଇଁ ଶୁଭମ ଜୈନ ତାଙ୍କ ଫଲୋୟର୍ସମାନଙ୍କୁ ଅନୁରୋଧ ବି କରିଛନ୍ତି।।

 

ସେ ଫଟୋ ସେୟାର କରି ଲେଖିଛନ୍ତି, ‘ରେଭନା ସିଦ୍ଧପ୍ପା କର୍ଣ୍ଣାଟକର ସାରାକି ସିଗନାଲ ନିକଟ କନକାପୁରା ରାସ୍ତାରେ ଚାରା ବିକ୍ରି କରିଥାଆନ୍ତି। ସେ ବିକ୍ରି କରୁଥିବା ଚାରା ମୂଲ୍ୟ ମାତ୍ର ୧୦ରୁ ୩୦ଟଙ୍କା ଭିତରେ ରହିଛି।

ଏହି ଟୁଇଟକୁ ଦେଖିବା ପରେ ଅଭିନେତା ରଣଦୀପ ହୁଡା ପ୍ରତିକ୍ରିୟା ଦେଇ ବୃଦ୍ଧଙ୍କ ପ୍ରକୃତ ଠିକଣା ପଚାରିଥିଲେ।
ଏହା ପରେ ହୁଡା ତାଙ୍କ ଟ୍ୱିଟରରେ ବୃଦ୍ଧଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ବୃଦ୍ଧଙ୍କ ଦୋକାନର ସମ୍ପୂର୍ଣ୍ଣ ଠିକଣା ଜାଣିବା ପରେ ସେ ଲେଖିଥିଲେ, “ଆରେ ବେଙ୍ଗାଲୁରୁବାସୀ, ଟିକେ ଭଲପାଇବା ଦେଖାଅ ।”

ଅଭିନେତା ମାଧବନ୍ ଏବଂ ଆରଜେ ଆଲୋକଙ୍କ ପରି ଅନେକ ସେଲିବ୍ରିଟି ମଧ୍ୟ ଏହି ଟ୍ୱିଟ୍ ସେୟାର କରିଛନ୍ତି। ଏଥିସହିତ ବୃଦ୍ଧଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ଏହି ଟୁଇଟ ପରେ କିଛିଲୋକ ବୃଦ୍ଧଙ୍କ ଦୋକାନ ଖୋଜିବା ସହିତ ‌ତାଙ୍କ ଠାରୁ ଗଛ କିଣିବା ପାଇଁ କଥା ଦେଇଥିଲେ।

ଏହି ଟୁଇଟର କିଛି ସମୟ ପରେ କନକପୁରା ରୋଡର ଚେଞ୍ଜମେକର୍ସ- ଏନଜିଓ ଏବଂ ରେଜିଡେଣ୍ଟ ୱେଲଫେୟାର ଆସୋସିଏସନର ଏକ ମହାସଂଘ ସିନ୍ଧପ୍ପାଙ୍କ ପାଇଁ ଆହୁରି ଚାରାଗଛ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଚାରାଗଛ ଦ୍ବାରା ସେ ଆଉ କିଛି ଅର୍ଥ ରୋଜଗାର କରିପାରିବେ ସେ ଲକ୍ଷ୍ୟ ରଖି ବୃଦ୍ଧଙ୍କୁ ଚାରା ଗଛଗୁଡ଼ିକୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର