ନୂଆଦିଲ୍ଲୀ: ଶରୀରକୁ ସଫା ଓ ସଂକ୍ରମଣରୁ ରକ୍ଷା କରିବା ପାଇଁ ଲୋକେ ପ୍ରତିଦିନ ଗାଧୋଇଥାନ୍ତି। ଦିନକୁ ଅତି ବେଶିରେ ଲୋକେ ୨୦ମିନିଟ୍ ବା ୩୦ମିନିଟ୍ ପର୍ଯ୍ୟନ୍ତ ଗାଧୋଉଥିବା ବେଳେ ବେଙ୍ଗାଲୁରୁର ଜଣେ ଯୁବକ ଦିନକୁ ୧୦ଘଣ୍ଟା ଗାଧୋଉଥିବା ଖବର ସାମ୍ନାକୁ ଆସିଛି। ଯୁବକଜଣଙ୍କ ୭ମାସ ଧରି ଦିନକୁ ୧୦ଘଣ୍ଟା ପର୍ଯ୍ୟନ୍ତ ଗାଧୋଉଥିବା ବେଳେ ପ୍ରତିଦିନ ୩ଟି ସାବୁନ ଶେଷ କରୁଥିଲେ। ତେବେ ଯୁବକଙ୍କ ଏଭଳି କରିବା ପଛର କାରଣ ୭ମାସ ପରେ ସାମ୍ନାକୁ ଆସିଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ଯୁବକଜଣଙ୍କ ଓବେସିଭ୍ କମ୍ପ୍ୟୁସିଭ୍ ଡିଜଅର୍ଡରରେ ପୀଡ଼ିତ ଥିବା ସାମ୍ନାକୁ ଆସିଥିଲା।
ଡାକ୍ତରଙ୍କ କହିବା ମୁତାବକ, ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ମନରେ ସବୁବେଳେ ସଂକ୍ରମଣ ହେବାର ଡ଼ର ଲାଗି ରହିଥାଏ। ଯାହାଦ୍ବାରା ସେ ଅଧିକ ସମୟରେ ନିଜକୁ ସଫା ରଖିବାରେ ଲଗାଇଥାନ୍ତି। ବେଙ୍ଗାଲୁରୁରେ ରହୁଥିବା ଯୁବକଙ୍କର ମଧ୍ୟ ସେଭଳି ସମସ୍ୟା ରହିଥିଲା, ଯାହା ପାଇଁ ସେ ଦିନକୁ ୧୦ଘଣ୍ଟା ଗାଧୋଇବାରେ ଲଗାଉଥିଲେ। ଏମିତି କି ୩ଟି ସାବୁନ ଶେଷ କରିବା ସହ ପଲିଥିନ ମଧ୍ୟ ବ୍ୟବହାର କରୁଥିଲେ। ଗାଧୁଆ ଘରେ କୌଣସି ଜିନିଷକୁ ଛୁଇଁବା ପୂର୍ବରୁ ସେ ପଲିଥିନ ହାତରେ ବାନ୍ଧି କାମ କରୁଥିଲେ। ତାଙ୍କର ଏଭଳି ସମସ୍ୟା ଦେଖି ତାଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବା ସହ ତାଙ୍କ ମା’ ଅବସାଦଗ୍ରସ୍ତ ହୋଇ ଯାଇଥିଲେ। ତେବେ ୭ମାସ ପରେ ଏଭଳି କାମର ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ଯୁବକଙ୍କ ଚିକିତ୍ସା ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ବ-24.jpg)