ବେଙ୍ଗାଲୁରୁ: ଆଜିକାଲିକାର ଜନଗହଳିପୂର୍ଣ୍ଣ ରାସ୍ତାରେ ୧୩ଫୁଟ ଲମ୍ବାର ଏକ ବାଇକ୍ ଚଲାଇବା କଥା ଆପଣ କେବେ ଭାବିଛନ୍ତି କି? କିନ୍ତୁ ବେଙ୍ଗାଲୁରୁର ଜଣେ ଯୁବକ ଏହି କଥା ଭାବିବା ସହ ନିଜ ପାଇଁ ୧୩ଫୁଟର ଏକ ଲମ୍ବା ବାଇକ୍ ତିଆରି କରିଛନ୍ତି । ଏହାର ଲମ୍ବା କୌଣସି କାର୍ର ଲମ୍ବା ସହ ସମାନ ବୋଲି କୁହାଯାଉଛି । ବେଙ୍ଗାଲୁରୁରେ ରହୁଥିବା ୨୯ବର୍ଷୀୟ ଜାକିର ଖାନ୍ଙ୍କ ଏହି ବାଇକ୍ ବିଶ୍ୱର ସବୁଠାରୁ ଲମ୍ବା ବାଇକ୍ ମଧ୍ୟରେ ସ୍ଥାନ ପାଇଛି ।
/sambad/media/post_attachments/wp-content/uploads/2018/07/chopper_bike_1531473929_725x725-300x186.jpg)
ଜାକିର ଜଣେ ଇଣ୍ଟେରିୟର ଡ଼ିଜାଇନର ହୋଇଥିବା ବେଳେ ବାଇକ୍କୁ ନେଇ ତାଙ୍କର ସୌକ୍ ଅଧିକ । ଯାହା ପାଇଁ ତାଙ୍କ ମନରେ ୧୩ଫୁଟ ଲମ୍ବା ବାଇକ୍ ତିଆରି କରିବାର ଇଚ୍ଛା ଆଣିିଥିଲା । ଏହି ବାଇକ୍କୁ ତିଆରି କରିବା ପାଇଁ ତାଙ୍କୁ ୪୫ଦିନ ଲାଗିଥିବା ବେଳେ ଏହି ଗାଡ଼ିର ଓଜନ ୪୫୦ କେ.ଜି ବୋଲି ଜଣା ପଡ଼ିଛି । ଗୋଟିଏ ସିଟ୍ ବିଶିଷ୍ଟ ଏହି ବାଇକ୍କୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୭.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଗାଡ଼ିଟି ୫.୫ ଫୁଟ ଚଉଡ଼ା ବୋଲି ଜଣା ପଡ଼ିଛି ।