ଖୁବ୍ ଉପକାରୀ ଶବ୍ଦ ‘ଓମ୍‌’, ଏହାକୁ ଜପ କଲେ ଦୂର ହୋଇଯିବ ଅନେକ ସମସ୍ୟା

ପିଲାଟି ଦିନରୁ ଯଦି କୌଣସି ଶବ୍ଦ ଉଚ୍ଚାରଣ କରିବା ଆମ ପାଇଁ ଖୁବ୍‌ ଫଳପ୍ରଦ ବୋଲି କୁହାଯାଇଛି ସେ ଶବ୍ଦଟି ହେଉଛି ‘ଓମ୍‌’। ଅବଶ୍ୟ ଏହି ଶବ୍ଦକୁ ଭଗବାନଙ୍କ ସମ୍ମୁଖରେ ବସି ଉଚ୍ଚାରଣ କରିବାକୁ ଘରର ବଡ଼ମାନେ ପରାମର୍ଶ ଦେଇଥାନ୍ତି। ବିଶ୍ୱାସ ରହିଛି ଯେ ‘ଓମ୍‌’ ହେଉଛି ଶବ୍ଦ ରୂପୀ ଭଗବାନ। ଏହି ଶବ୍ଦରେ ଈଶ୍ୱର ବସିଥାନ୍ତି। ଆମେ ଯେତେ ଥର ଏହି ପବିତ୍ର ଶବ୍ଦକୁ ଉଚ୍ଚାରଣ କରିଥାନ୍ତି ସେତେ ଥର ଈଶ୍ୱରଙ୍କ ସାନିଧ୍ୟ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଆମକୁ ପ୍ରାପ୍ତ ହୋଇଥାଏ। ଏହା ତ ଗଲା ବିଶ୍ୱାସର କଥା। ମାତ୍ର ଏହି ‘ଶବ୍ଦ’ ଉଚ୍ଚାରଣ କରିବା ବୈଜ୍ଞାନିକ ଦୃଷ୍ଟିରୁ ବି ଫଳପ୍ରଦ ବୋଲି ଆପଣମାନେ ଜାଣି ରଖନ୍ତୁ।


Facebook

‘ଓମ୍‌’ ଶବ୍ଦ ଉଚ୍ଚାରଣ ଏକ ପ୍ରକାରର ମସ୍ତିଷ୍କ ବ୍ୟାୟାମ ବୋଲି କୁହାଯାଇଛି । ଏହା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ବ୍ୟକ୍ତି ଜ୍ଞାନଲାଭ କରିଥାଏ । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗୋଟିଏ ଥର ‘ଓମ୍‌’ ଉଚ୍ଚାରଣ କରିବା ଦ୍ୱାରା ଆମ ଶରୀରରେ ୪୩୨ ହର୍ଟର କମ୍ପନ ସୃଷ୍ଟି ହୋଇଥାଏ। ‘ଓମ୍‌’ ଶବ୍ଦଟି ହେଉଛି ସର୍ବୋକୃଷ୍ଟ ପ୍ରାକୃତିକ କମ୍ପନ ସୃଷ୍ଟିକାରୀ। ମନେରଖନ୍ତୁ କମ୍ପନ ହେଉଛି ସର୍ବୋକୃଷ୍ଟ ମସ୍ତିଷ୍କ ବ୍ୟାୟାମ। ଏହି ବ୍ୟାୟାମ ରୀତିମତ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ। ବୈରାଗ୍ୟ, ଆତ୍ମହତ୍ୟା ପରି ଚିନ୍ତାଧାରା ହ୍ରାସ ପାଇଥାଏ। ଅନ୍ୟଠାରୁ ନିଜକୁ ଦୁର୍ବଳ ଭାବୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍‌ ଭଲ ବ୍ୟାୟାମ୍‌। ଏହି ବ୍ୟାୟାମ ନିୟମିତ କରିବା ଦ୍ୱାରା ଆତ୍ମବଳ ଦୃଢ଼ ହୋଇଥାଏ।

ସମ୍ବନ୍ଧିତ ଖବର