କୁମାରୀକତା: ଉତ୍ତରପୂର୍ବାଞ୍ଚଳ ଭାରତର ଏଇ ସାପ୍ତାହିକ ହାଟରେ ଗହଳି କରୁଥିବା ଲୋକମାନଙ୍କ ପାଇଁ ଏବେ ଛୁଟିଦିନ ମେନୁର ଶୀର୍ଷରେ ରହିଛି ନଗଦ ଧରା ହୋଇଥିବା ମୂଷା। ଆଖପାଖ ବିଲଗୁଡ଼ିକରୁ କୃଦନ୍ତମାନଙ୍କୁ ଧରିବାରେ ଏ ଅଞ୍ଚଳର ପାରଦର୍ଶିତା ରହିଛି।

Advertisment

publive-image

ଆସାମର କୁମାରୀକତା ଗାଁ’ର ରବିବାର ହାଟରେ କୁକୁଡ଼ା ଓ ଘୁଷୁରି ଅପେକ୍ଷା ସିଝା ଯାଇ, ଚମଡ଼ା ଉତରା ଯିବା ପରେ ବାଟଣ ପଡ଼ି ରନ୍ଧା ଯାଇଥିବା ମୂଷା ଗ୍ରାହକମାନଙ୍କର ଅତି ପ୍ରିୟ।

ବେପାରୀମାନେ ସ୍ଥାନୀୟ ଚାଷୀମାନଙ୍କ ଠାରୁ ନଗଦ ଧରାଯାଇ ଚମଡ଼ା ଉତରା ଯାଇଥିବା ଶହ ଶହ ମୂଷା ଖରିଦ କରି ଆଣନ୍ତି। ଚାଷଜମି ନଷ୍ଟ କରୁଥିବା ମୂଷାମାନଙ୍କୁ ଭୁଟାନ ସୀମାନ୍ତରେ ଅବସ୍ଥିତ ଏହି ରାଜ୍ୟର ଚାଷୀମାନେ ନିପାତ କରୁଥିବା କଥା କହୁଛନ୍ତି। ଏହାଛଡ଼ା ଭଜାହୋଇଥିବା ମୂଷା ବି ଭଲ ବିକ୍ରି ହୁଏ।

ଆସାମର ପ୍ରସିଦ୍ଧ ଚା ବଗିଚାଗୁଡ଼ିକରେ କାମ କରି ଗୁଜୁରାଣ ମେଣ୍ଟାଇବାକୁ ଉପାର୍ଜନ କରୁଥିବା ଦରିଦ୍ର ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ମୂଷା ଗୋଟାଏ ମୂଲ୍ୟବାନ ଉପାର୍ଜନର ଉପାୟ ହୋଇ ପାରିଛି।

ଶୀତକାଳରେ ଚା ତୋଳା ବନ୍ଦ ହୋଇ ଯାଉଥିବାରୁ ଆଦିବାସୀମାନେ ଧାନ ବିଲକୁ ଯାଇ ହାଟରେ ବିକିବା ଲାଗି ମୂଷା ଧରନ୍ତି।

କେଜିଏ ମୂଷା ମାଂସର ଦର ପ୍ରାୟ ଟ. ୨୦୦/-।

publive-image

ଗତ କେତେ ବର୍ଷ ହେବ ଏ ଅଞ୍ଚଳରେ ମୂଷାବଂଶ ବୃଦ୍ଧି ପାଇଥିବା କଥା ଚାଷୀମାନେ କହୁଛନ୍ତି।

କୁମାରୀକତାର ଜଣେ ମୂଷା ବିକ୍ରେତା ସମ୍ବା ସୋରେନ କହନ୍ତି: ମୂଷାମାନେ ଲୋକଙ୍କ ଧାନ ଖାଇ ଯାଉଥିବାରୁ ଆମେ ବିଲରେ ଯନ୍ତା ବସାଉ।

ବାଉଁଶ ତିଆରି ଯନ୍ତା ଦ୍ୱାରା ଧାନ ଅମଳ ସମୟରେ ଏହି କୃଦନ୍ତମାନଙ୍କୁ ଶିକାର କାରାଯାଏ।

publive-image

ସନ୍ଧ୍ୟାବେଳେ ମୂଷାଗାତ ମୁହଁରେ ଯନ୍ତା ବସାଯାଏ। ସେମାନେ ବାହାରକୁ ବାହାରିବା କ୍ଷଣି ଏଥିରେ ପଡ଼ି ଯାଆନ୍ତି।

କାଳେ ଅନ୍ୟ କୌଣସି ଶିକାରୀ ଜନ୍ତୁ ଯନ୍ତାରେ ପଡ଼ିଥିବା ମୂଷାଙ୍କୁ ଖାଇ ଦେବ ସେଥିଲାଗି ବିକ୍ରେତାମାନେ ରାତିରେ ଉଜାଗର ରହି କାମ କରନ୍ତି। ଗୋଟିଏ ଗୋଟିଏ ମୂଷାର ଓଜନ ଏକ କିଲୋରୁ ଅଧିକ ହୁଏ। ହାଟ ବେପାରୀମାନେ କହନ୍ତି ଯେ ସେମାନେ ରାତିକେ ୧୦ କିଲୋରୁ ୨୦ କିଲୋ ଯାଏଁ ମୂଷା ପାଆନ୍ତି।