ଆଦର୍ଶ ଡାକ୍ତର: ବାପାଙ୍କ ମୃତ୍ୟୁର ଦିନକ ପରେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଲେ

ପୁଣେ: ପୁଣେର ଜଣେ ଡାକ୍ତର ନିଜର ମଣିଷପଣିଆ ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଡାକ୍ତର ଜଣକ ଚର୍ଚ୍ଚିତ ହେବାର କାରଣ ହେଉଛି ସେ କରୋନାରେ ନିଜ ବାପାଙ୍କୁ ହରାଇବାର ଗୋଟାଏ ଦିନ ପରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସକାଶେ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି। କେବଳ ସେତିକି ନୁହେଁ, ଏବେ ବି ଡାକ୍ତର ମୁକୁନ୍ଦ ପେନୁରକରଙ୍କ ମାଆ ଓ ଭାଇ କରୋନା ସହ ଲଢ଼େଇ କରୁଛନ୍ତି। ନିଜ ପତ୍ନୀଙ୍କ ସହ ମିଶି କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଏହି ଡାକ୍ତର ଜଣକ ଗଣମାଧ୍ୟମରେ ନିଜ ମତ ରଖି କହିଛନ୍ତି କି ‘ସଂକ୍ରମିତଙ୍କ ଚିକିତ୍ସା କରିବା ହିଁ ମୋ ୮୫ ବର୍ଷୀୟ ମୃତ ବାପାଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳି ହେବ।’

ସେ କହିଛନ୍ତି ଯେ ‘ଗତ ବର୍ଷ ପୁଣେରେ କରୋନା ଭାଇରସ୍ ବୃଦ୍ଧି ପାଇବା ବେଳେ ମୁଁ ଏବଂ ମୋ ପତ୍ନୀ ଏଠାରେ ସଞ୍ଜୀବନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବାରୁ ମୁଁ ମୋ ବାପାମାଆଙ୍କୁ ସୁରକ୍ଷା ଦୃ‌ଷ୍ଟିରୁ ନାଗପୁରରେ ଥିବା ମୋ ଭାଇଙ୍କ ପାଖକୁ ପଠାଇ ଦେଇଥିଲି। କିନ୍ତୁ ବର୍ତ୍ତମାନର ଦ୍ୱିତୀୟ ଲହରରେ ମୋ ଭାଇ ଗତ ମାସରେ ସଂକ୍ରମିତ ହେବା ପ‌ରେ ବାପାମାଆ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମୋ ବାପାମାଆ ଓ ଭାଇ ସମସ୍ତଙ୍କୁ ଅମ୍ଳଜାନ ବେଡ୍‌ ଆବଶ୍ୟକ ପଡ଼ିବାରୁ ମୁଁ ସେମାନଙ୍କୁ ପୁଣେସ୍ଥିତ ଡାକ୍ତରଖାନାକୁ ସ୍ଥା‌ନାନ୍ତରିତ କରାଇଥିଲି। ବାପାଙ୍କର ଚିକିତ୍ସା ସମୟରେ ହୃଦ୍‌ସ୍ପନ୍ଦନ ବଢ଼ିଯିବା ସହ ରକ୍ତଚାପ ହ୍ରାସ ଘଟିବାରୁ ଗତ ୨୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି।’

ସମ୍ବନ୍ଧିତ ଖବର