ପୂର୍ବତନ ଅଭିନେତ୍ରୀ ତଥା ସ୍ବନାମଧନ୍ୟ ଲେଖିକା ଟ୍ବିଙ୍କଲ ଖନ୍ନାଙ୍କ ନୂଆ ପୁସ୍ତକ ‘ୱେଲ୍‌କମ୍ ଟୁ ପାରାଡାଇଜ୍’ ୨୦୨୩ର ସବୁଠାରୁ ଅଧିକ ବିକ୍ରି ହୋଇଥିବା କାଳ୍ପନିକ ସାହିତ୍ୟ ପୁସ୍ତକର ମାନ୍ୟତା ପାଇଛି। ଭାରତର ପୁସ୍ତକ ବିକ୍ରି ଉପରେ ନଜର ରଖୁଥିବା ଦୁଇ ପ୍ରମୁଖ ସଂସ୍ଥା ‘ନିଲସନ୍‌ ବୁକ୍‌ସ୍କାନ୍’ ଓ ‘କ୍ରସ୍‌ଵାର୍ଡ’ ତାଲିକାରେ ଏହା ଏବେ ଶୀର୍ଷ ସ୍ଥାନରେ ରହିଛି। ଏହା ହେଉଛି ଟ୍ବିଙ୍କଲଙ୍କର ଚତୁର୍ଥ ପୁସ୍ତକ।

Advertisment

ଏହି ଗଳ୍ପ ସଂକଳନରେ ଏକଲାପଣ, ପ୍ରେମ, ପ୍ରତାରଣା ଓ ହତାଶାର କାହାଣୀମାନ ସ୍ଥାନ ପାଇଛି। ଏସବୁ କାହାଣୀର କେନ୍ଦ୍ରରେ ଅଛନ୍ତି ବିଭିନ୍ନ ମହିଳା। ପ୍ରକାଶନର ମାତ୍ର ସପ୍ତାହକ ମଧ୍ୟରେ ଏହି ପୁସ୍ତକକୁ ମିଳିଥିବା ପ୍ରଶଂସା ଓ ସମୀକ୍ଷା ଦେଖି ଟ୍ବିଙ୍କଲ ଭାବବିହ୍ବଳ ହୋଇପଡ଼ିଥିବାର ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ପାଠକ ଭାବରେ ମୁଁ ଶବ୍ଦ ଦୁନିଆରେ ସର୍ବଦା ନିମଜ୍ଜିତ ରହିଆସିଛି ଏବଂ ଏବେ ଲେଖିକା ଭାବେ ନିଜ ପାଇଁ ଏକ ସ୍ଥାନ ପାଇଥିବାରୁ କୃତଜ୍ଞତା ପ୍ରକାଶ କରୁଛି।’