ଆସନ୍ତୁ ଜାଣିବା କାହିଁକି ଯୌବନରେ ବି ବୃଦ୍ଧା ପାଲଟିଗଲେ ଏହି ହେଲ୍ଥ ବ୍ଲଗର

ନୂଆଦିଲ୍ଲୀ : ଏବର ବ୍ୟସ୍ତବହୁଳ ଜୀବନଶୈଳୀରେ ପ୍ରାୟ ଲୋକଙ୍କର ଖଦ୍ୟପେୟର କୌଣସି ଠିକଣା ରହୁନାହିଁ । ଏଥିପାଇଁ ଅନେକ ପ୍ରକାର ରୋଗର ମଧ୍ୟ ଶିକାର ହେବା ପାଇଁ ପଡ଼ୁଛି। ତେବେ ଏହାର ପ୍ରତ୍ୟକ୍ଷ ଉଦାହରଣ ସାଜିଛନ୍ତି ଆମେରିକାର ୨୮ ବର୍ଷିୟ ମହିଳା ବେଥାନେ ଉଗ୍‌ତେ। ବେଥାନେ ଜଣେ ହେଲ୍ଥ ବ୍ଲଗର ହୋଇଥିଲେ ମଧ୍ୟ ତାଙ୍କର ଭୁଲ ଖାଦ୍ୟପେୟ ପାଇଁ ବର୍ତ୍ତମାନ ସେ ଜଣେ ବୃଦ୍ଧାଙ୍କ ସଦୃଶ ଦେଖାଯାଉଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ।

ନିକଟରେ ସୋସିଆଲ ମିଡିଆରେ ହେଲ୍ଥ ବ୍ଲଗର ବେଥାନେ ତାଙ୍କର ଫଟୋ ସେୟାର କରିଥିଲେ । ଏଥିରେ ତାଙ୍କର ହାଡ଼ ଶୁଖି ଯାଇଥିବା ବେଳେ ସେ ବର୍ତ୍ତମାନ ଜଣେ ବୁଢ଼ୀ ଭଳି ଦେଖାଯାଉଛନ୍ତି । ବେଥାନେ ଫଟୋ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଯେତେବେଳେ ୧୫ ବର୍ଷର ଥିଲି ମୋ ପେଟରେ ବହୁତ ଯନ୍ତ୍ରଣା ହେଉଥିଲା । ମୁଁ ଠିକ ସମୟରେ ଏବଂ ଠିକ୍‌ ପରିମାଣର ଖାଦ୍ୟପେୟ ଖାଉନଥିଲି । ଏଣୁ ମୋର ଶରୀରରେ ବହୁତ ମାତ୍ରାରେ ଗ୍ୟାସ ହେବା ସହ ମୋର ଶରୀର ଶୁଷ୍କ ହେବାକୁ ଲାଗିଲା । ଏଣୁ ମୁଁ ସମସ୍ତଙ୍କୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ପାଇଁ କହିବି । ଆପଣ ଉଚିତ୍‌ ପରିମାଣର ଖାଦ୍ୟ ଗ୍ରହଣ ନ କଲେ ମୋ ଭଳି ଅବସ୍ଥା ହେବାର ସମ୍ଭାବନା ରହିଛି ।’

ଏହା ସହ ନିଜର ପୂର୍ବ ଏବଂ ପର ଅବସ୍ଥାର ଏକ ଫଟୋ ସେୟାର କରିଛନ୍ତି ବେଥାନେ । ଯେଉଁଥିରେ ତାଙ୍କ ଶରୀରରେ ଘଟିଥିବା ପରିବର୍ତ୍ତନ ସଂପୂର୍ଣ୍ଣ ଭାବେ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର