ଚଉଠି ରାତିରେ ବର ଓ କନ୍ୟା ପରସ୍ପରକୁ କାହିଁକି ପାନ ଖୁଆଇଥାନ୍ତି ?

କେତେକ ସ୍ଥାନରେ ଏବେ ବି ଚଉଠି ରାତିରେ ବର ଓ କନ୍ୟା ପରସ୍ପରକୁ ପାନ ଖୁଆଇବାର ପରଂପରା ରହିଛି । ପାନ କେବଳ ଏକ ମାଉଥ୍‌ ଫ୍ରେସନର୍‌ ନୁହେଁ, ବରଂ ଏହା ଆଫ୍ରୋଡେଜିଏକ୍‌ ଅର୍ଥାତ୍‌ ଲଭ୍‌ ଫୁଡ୍‌ ମଧ୍ୟ । ପାନ ଚୋବାଇଲେ କାମ ବାସନା ଜାଗ୍ରତ ହୋଇଥାଏ । ଏଥିପାଇଁ ଚଉଠି ରାତିରେ ନବ ବର-ବଧୂଙ୍କୁୁ ପାନ ଦିଆଯାଇଥାଏ ।
ପାନ ପତ୍ରରେ ଥିୟାମାଇନ୍‌, ନିୟାମାସିନ୍‌, ରିନୋଫ୍ଲୋବିନ୍‌, କେରୋଟିନ୍‌, ଫାଇବର୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିଅମ୍‌, କାଲସିଅମ୍‌, ଆଇରନ୍‌ ଓ ଆୟୋଡିନ୍‌ ଥାଏ ।

ପ୍ରାଚୀନ ଆୟୁର୍ବେଦରେ ପାନର କେତେକ ଔଷକ୍ଷୀୟ ଗୁଣ ସଂପର୍କରେ ବର୍ଣ୍ଣିତ ହୋଇଛି । ଏହାକୁ ଆଧୁନିକ ସମୟର ଚିକିତ୍ସକମାନେ ମଧ୍ୟ ସ୍ୱୀକାର କରିଲେଣି । ଖାଲି ପାନପତ୍ର ଚୋବାଇଲେ ରୋଗରୁ ଆଶ୍ୱସ୍ତି ମିଳିଥାଏ । ପେଟରେ ଅଲସର୍‌ ଥିଲେ ବି ଭଲ ହୋଇଯାଇଥାଏ ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବଦହଜମୀର ଶିକାର ହୋଇଥାଆନ୍ତି । ସେମାନେ ଦିନ ସାରା ପାନ ଚୋବାଇଲେ, ଏଥିରୁ ରକ୍ଷା ପାଇ ପାରିବେ । କାରଣ ପାନରୁ ବାହାରୁଥିବା ଲାଳ ପାଚନ କ୍ରିୟାରେ ସହାୟକ ହୋଇଥାଏ । ଏଣୁ ପ୍ରତିଦିନ ଗୋଟିଏ ବା ଦୁଇଟି ପାନ ଖାଇବା ଜରୁରୀ ।

photo-amarujala

ପାନପତ୍ରରେ ବ୍ଲଡ ସୁଗାର ଓ ଆଣ୍ଟିଡାଏବେଟିକ୍‌ ଗୁଣ ଅଛି । ଆଉ ଏକ ଚମକପ୍ରଦ ତଥ୍ୟ ହେଉଛି ଯେ ପାନ ଚୋବାଇଲେ ମୁଖ୍ୟ ଗହ୍ଵର କର୍କଟ ହେବାର ଆଶଙ୍କା ନ ଥାଏ । ତେବେ ତମ୍ବାଖୁ ବା ମସଲାଯୁକ୍ତ ପାନ ଖାଇଲେ ସେଭଳି ଉପକାର ମିଳି ନଥାଏ ।ଯେଉଁ ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରେ, ସେମାନଙ୍କର ବି ପାନ ଚୋବାଇବା ଉଚିତ୍‌ । ସୁଫଳ ପାଇଁ ପାନରେ ଲବଙ୍ଗ, ଅଳେଇଚ, ଡାଲଚିନି, ମିଶ୍ରି , ନଡିଆ ଆଦି ମସଲା ସହିତ ବ୍ୟବହାର କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର