ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମଟାଙ୍କୁରା ଓ ଆଶ୍ଚର୍ଯ୍ୟଚକିତ କଲାଭଳି ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଲୋମଟାଙ୍କୁରା ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କୈଦ ହୋଇଯାଇଥିଲା। ଏହା ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଘରପାଖ ରାସ୍ତାରେ ଶିଶୁ ଜଣକ ସାଇକେଲ ଚଲାଉଛି। ଉକ୍ତ ଶିଶୁର ବୟସ ୪ବର୍ଷ ପାଖାପାଖି ହେବ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଏକ କାର ଆସୁଛି। ଉକ୍ତ କାରଟି ସାଇକେଲ ଚଲାଉଥିବା ଶିଶୁ ଉପର ଦେଇ ମାଡ଼ି ଚାଲିଯାଉଛି। ଯେମିତି ଲାଗୁଛି କାର ଚକା ତଳେ ଜୀବନ ଜୀବନ ଚାଲିଯାଇଛି। କିନ୍ତୁ
ଭିଡିଓରେ ପରବର୍ତ୍ତୀ ଦୃଶ୍ୟକୁ ଯିଏ ଦେଖୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଛୁଆ ଉପରେ କାରଟି ମାଡ଼ି ଚାଲିଯିବା ସତ୍ତ୍ବେ ଶିଶୁ ପୁଣିଥରେ ଉଠି ବସିପଡ଼ୁଛି। ଝଡ଼ାଝଡ଼ି ହୋଇ ଚାଲିବାକୁ ଚେଷ୍ଟା କରୁଛି।
https://www.latestly.com/socially/india/news/betul-accident-video-child-on-bicycle-miraculously-survives-being-run-over-by-car-in-madhya-pradesh-6418490.html/amp?utm_campaign=fullarticle&utm_medium=referral&utm_source=inshorts
ଘଟଣା ବିଷୟରେ ପରିବାର ଲୋକ ଜାଣିବା ପରେ ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ସେଠାରେ ଚିକିତ୍ସା ପରେ ଶିଶୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କଥା ସୂଚନା ଦେଇଥିଲେ।
ପରିବାରଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍ ସିସିଟିଭି ଫୁଟେଜକୁ ଆଧାର କରି କାର୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ଗାଡ଼ି ନମ୍ବର ଯାଞ୍ଚ କରି ତାହାର ମାଲିକ ଓ ଚାଳକଙ୍କୁ ଧରିବାକୁ ତନାଘନା ଚଳାଇଛି।