ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ମହାବୋଧି ସମିତି, ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆଜି ପୂର୍ବାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିମଳ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସମିତିର ସର୍ବଭାରତୀୟ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ ଛାତ୍ର, ଯୁବକଙ୍କ ପ୍ରେରଣାର ପ୍ରତୀକ ଥିଲେ ଭବାନୀ ବାବୁ। ଏହି ଅବସରରେ ରାଜମହଲ ଛକରେ ଭବାନୀ ବାବୁଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଅନୁଷ୍ଠାନର ସଭାପତି ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଓ ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ ୯୯ ବର୍ଷ ବୟସରେ ବି ନିଜକୁ ସକ୍ରିୟ ରଖି ସମାଜକୁ ଦିଗ୍ଦର୍ଶନ ଦେବା କେବଳ ତାଙ୍କର ଅଜସ୍ର ଧର୍ମବଳ ଦ୍ବାରା ହିଁ ସମ୍ଭବ ହେଉଥିଲା। ବୁଦ୍ଧମନ୍ଦିରର ସଂପାଦକ ତଥା ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ଭବାନୀ ବାବୁଙ୍କ ମାନବବାଦୀ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀନ ସାହୁ, ନମ୍ରତା ଚଢ଼ା, କରୁଣାକର ପ୍ରଧାନ, ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ବୁଦ୍ଧମନ୍ଦିରରେ ଶ୍ରଦ୍ଧାଞ୍ଜଳି : ରାଜମହଲ ଛକରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ
/sambad/media/post_attachments/wp-content/uploads/2020/05/bhabani-pattnaik-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)