ଆମ ଭିତରେ ଥିବା ଏହି ସବୁ ଆସୁରିକ ଗୁଣ ଜୀବନକୁ ନଷ୍ଟ କରି ଦିଏ: ଭଗବଦ୍‌ ଗୀତା

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଭଗବଦ୍‌ ଗୀତରେ ଏମିତି କିଛି ଉପଦେଶ ଦିଆଯାଇଛି ଯାହାକୁ ମାନି ଚଳିଲେ ଜୀବନ ସହଜ ହୋଇଯିବ। ମଣିଷଙ୍କ ଭିତରେ କେଉର୍ ସବୁ ଗୁଣ ରହିଲେ ଜୀବନ ନଷ୍ଟ ହୋଇଯାଏ ,ବଞ୍ଚିବା କଷ୍ଟ ହୋଇଯାଏ ତାହା ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ କହିଥିବା କଥା ଗୀତାରେ ଉଲ୍ଳେଖ କରାଯାଇଛି। ତେବେ ଚାଲନ୍ତୁ ଜାଣିବା ସେସବୁ କେଉଁ ଗୁଣ।

ମଣିଷ ଭିତରେ ଯେତେ ବି ଭଲ ଗୁଣ ଥାଉ ପଛେ ଯଦି ସେ ମଣିଷ ଭିତରେ ସାମାନ୍ୟତମ ଗର୍ବ ରହିଥାଏ ତେବେ ସବୁ ଭଲ ଗୁଣ ମୂଲହୀନ ହୋଇଯାଏ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ସୁସ୍ୱାଦୁ ଖାଦ୍ୟାରେ ମେଞ୍ଚାଏ ଅଧିକ ଲୁଣ ଯାହା, ଉତ୍ତମ ମଣିଷ ଭିତରେ ଟିକିଏ ଗର୍ବ ସେୟା।

କଥାରେ ଅଛି କ୍ରୋଧ ବ୍ରହ୍ମ ଚଣ୍ଡାଳ, ଅର୍ଥାତ କ୍ରୋଧରେ ମଣିଷ ବ୍ରାହ୍ମଣଙ୍କୁ ବି ଚଣ୍ଡାଳ କରିପାରେ। ତେଣୁ, ମଣିଷ ଭିତରର ଆଉ ଏକ ଖରାପ ଗୁଣ ହେଉଛି କ୍ରୋଧ। ମଣିଷ ଭିତରେ ତେତେ ବି ଭଲ ଗୁଣ ଥାଉ ପଛେ କ୍ରୋଧ ଥିଲେ ସେ ସବୁ ବ୍ୟର୍ଥ।

ଈର୍ଷା ପ୍ରତ୍ୟେକ ବ୍ୟକ୍ତି ଭିତରେ କେଉଁଠି ନା କେଉଁଠି ନିଶ୍ଚୟ ଲୁଚି ରହିଥାଏ। ମାତ୍ର ଏହାର ପରିମାଣ ବଢ଼ିଗଲେ ତାହା କ୍ଷତି ପହଞ୍ଚାଇବା ଥୟ। ଈର୍ଷା ସାମ୍ନା ଲୋକର ସାମାନ୍ୟ କ୍ଷତି କରିପାରେ ନାହିଁ। ଈର୍ଷା ପରାୟଣ ବ୍ୟକ୍ତି ସର୍ବଦା ନିଜେ ନିଜର କ୍ଷତି କରିଥାନ୍ତି।

ସେହି ପରି ଆଉ ଏକ ଖରାପ ଗୁଣ ହେଉଛି ଆତ୍ମ ଅଭିମାନ। ଯେଉଁ ମଣିଷ ଭିତରେ ଅଭିମାନ ଅର୍ଥାତ ଅହଂକାର ବସା ବାନ୍ଧିଛି, ସେ ମଣିଷ କେବେ ବି ଆକୁ ଯାଇପାରେ ନାହିଁ। ଆଗକୁ ଯିବାର ଦକ୍ଷତା ଥିଲେ ବି ଆଗକୁ ଯିବା ଅସମ୍ଭବ ହୋଇଥାଏ।

ସମ୍ବନ୍ଧିତ ଖବର