ଯେତେବେଳେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହେବାକୁ ଥାଏ। କୌରବମାନେ ନିଜ ବଂଶଧର ହୋଇଥିବାରୁ ସେମାନଙ୍କୁ କିପରି ବଧ କରିବେ ବୋଲି ଧନୁର୍ଧର ଅର୍ଜୁନ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ସେ ସମୟରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ଲାଗିଥାନ୍ତି। ଅଜୁର୍ନଙ୍କୁ ଉଚିତ-ଅନୁଚିତର କଥା କହି ଯାହା ସବୁ ଉପଦେଶ ଦେଇଯାଇଛନ୍ତି ତାହା ଆଜି ଯାଏ ଲିପି ଆକାରରେ ରହିଯାଇଛି। ଭଗବାନ କୃଷ୍ଣଙ୍କ ମୁହଁରୁ ବାହାରିଥିବା ସେହି ଉପଦେଶ ସବୁ ମାନି ଚଳିଲେ ଦୁଃଖ ଜୀବନ ପାଖ ପଶପାରିବ ନାହିଁ। ତେବେ, ପୂରା ଗୀତା ଭିତରୁ ଭଗବାନ ଶ୍ରୀକୃଷ୍ଣଙ୍କ ମୁହଁରୁ ବାହାରିଥିବା ସେଇ ଗୋଟାଏ ଶ୍ଳୋକକୁ ବୁଝିଗଲେ ଜୀବନରେ ଆଉ କିଛି ଦୁଃଖ ରହିବ ନାହିଁ। ତାହା ହେଉଛି...
‘କର୍ମଣେ ବାଧିକା-ରସ୍ତେ ମା ଫଲେଶୁ କଦାଚନ’ ଅର୍ଥାତ ‘ପ୍ରତ୍ୟେକ ମଣିଷର ନିଜ କର୍ମ ଉପରେ ଅଧିକାର ରହିଛି। ମାତ୍ର କର୍ମ ଫଳ ଉପରେ ବ୍ୟକ୍ତିର ଅଧିକାର ନାହିଁ। ଫଳର ଆଶା ରଖି କର୍ମ କରିବା ଅନୁଚିତ। ତା’ମାନେ ନୁହେଁ ଯେ ଫଳ ମିଳିବନି ବୋଲି ଆଶଙ୍କା କରି ଆମେ କର୍ମ କରିବା ଛାଡ଼ିଦେବା।’
ଅଧିକାଂଶ ସମୟରେ ଆପଣଙ୍କୁ ଏପରି ଅନୁଭବ ହୋଇଥିବ ନିଶ୍ଚୟ ଯେ ଯଦି କାମ କଲେ ଫଳ ମିଳେ ନାହିଁ ତେବେ କର୍ମ କରିବା କାହିଁକି? ମାତ୍ର ନାଁ, ବାସ୍ତବରେ ସେପରି ହୋଇନଥାଏ। ଆହୁରି ବି କଥାଟିଏ ରହିଛି ଯେ କର୍ମର କୌଣସି ବିକଳ୍ପ ନାହିଁ। ପ୍ରତ୍ୟେକ କର୍ମର ଫଳ ରହିଛି। ତାହା ଭିନ୍ନ ଯେ କେଉଁ ଫଳ ଆମକୁ ତତ୍କ୍ଷଣାତ ମିଳେ ତ କେଉଁ ଫଳ ଅଦୃଶ୍ୟ ଭାବେ ମିଳିଥାଏ। ଆମେ ସ୍ୱଳ୍ପ ଜ୍ଞାନ ହେତୁ ଅଦୃଶ୍ୟ ଫଳକୁ ଚିହ୍ନିପାରୁନା। ତେଣୁ ବିନା କୌଣସି ଫଳର ଆଶା ରଖି କର୍ମ କରି ଚାଲନ୍ତୁ। ଆପଣଙ୍କ କର୍ମ ଆପଣଙ୍କୁ ଫଳ ନିଶ୍ଚୟ ଦେବ। ଆଶା ହିଁ ଦୁଃଖର କାରଣ ହୋଇଥାଏ। ଗୌତମ ବୁଦ୍ଧଙ୍କର ସେ କଥାଟି ଆପଣ ନିଶ୍ଚୟ ଜାଣିଥିବେ ‘କାମନାର ବିନାଶରେ ଦୁଃଖର ବିନାଶ’। ଯଦି ଆପଣ ଚାହାଁନ୍ତି ଆପଣଙ୍କ ଜୀବନରେ କେବେ ଦୁଃଖ ନଆସୁ ତେବେ କର୍ମ କରନ୍ତୁ ବିନା କୌଣସ ଫଳର ଆଶା ରଖି।