ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବା ପାଇଁ ଲୋକମାନେ କଠିନ ପରିଶ୍ରମ କରନ୍ତି। ନିକଟରେ ବିହାରର ଭାଗଲପୁରରେ ଜଣେ ସରକାରୀ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏକି ଜଣେ ସରକାରୀ ଶିକ୍ଷକ ଭାବେ କାମ କରିବା ସହିତ ଫୁଡ଼ ଡେଲିଭରି ବଏ ଭାବେ ବି କାମ କରୁଛନ୍ତି।
ଏହି ଭିଡିଓ ଭାଇରାଲ ହେବାପରେ ଶିକ୍ଷକଙ୍କ ସହିତ ଯୋଗଯୋଗ କରାଯାଇଥିଲା। ଏହି ସମୟରେ ଶିକ୍ଷକ ଜଣକ କହିଥିଲେ, ‘ମୋର ନାମ ଅମିତ ରଂଜନ । ମୁଁ ଜଣେ ଶିକ୍ଷକ। ସ୍କୁଲ ଛୁଟି ହେବାପରେ ସନ୍ଧ୍ୟା ୫ଟାରୁ ରାତି ୧ଟା ପର୍ଯ୍ୟନ୍ତ ଖାଦ୍ୟ ବିତରଣ କାମ କରିଥାଏ।
ମୁଁ ଜଣେ ସରକାରୀ ଶିକ୍ଷକ ଥିବା ସତ୍ତ୍ବେ ମୋର ଦରମା ଶ୍ରମିକଙ୍କ ତୁଳନାରେ କମ୍। ମୁଁ ୨୦୨୨ରେ ଚାକିରି ପାଇଥିଲି। ସେତେବେଳେ ମୋତେ ଅନ୍ୟ ଶିକ୍ଷକମାନଙ୍କ ପରି ସମାନ ଭାବରେ ନିଯୁକ୍ତ କରାଯାଇଥିଲା। ଆମେ ସମସ୍ତେ ପରୀକ୍ଷା ମଧ୍ୟ ଦେଇଥିଲୁ କିନ୍ତୁ ଯେତେବେଳେ ଜଏନର ସମୟ ଆସିଲା, ଆମକୁ ଦରମା ନ ଜଣାଇ ପାର୍ଟ ଟାଇମ୍ ଭାବରେ ଯୋଗଦେବାକୁ କୁହାଯାଇଥିଲା। ଯେତେବେଳେ ମୁଁ ଜାଣିବାକୁ ପାଇଲି, ମୋର ଦରମା ମାତ୍ର ୮ ହଜାର ଟଙ୍କା ଥିଲା ମନ ଦୁଃଖ ହୋଇଥିଲା। ଏତିକି ଟଙ୍କାରେ ପରିବାର ଚଳିବା କଷ୍ଟକର ହୋଇଥିଲା। ଯାହା ଯେମିତି ଚାଲୁଥିଲା ୪ମାସ ଧରି ଦରମା ବନ୍ଦ ହୋଇଯାଇଥିଲା। ଏହି ସମୟରେ ମୁଁ ଶିକ୍ଷକ ଭାବେ ଚାକିରି କରିବା ସହିତ ଫୁଡ଼ ଡେଲିଭରି ବଏ ଭାବେ କାମ କରିବା ପାଇଁ ସ୍ଥିର କରିଥିଲି।
ଜଣେ ଶିକ୍ଷକ ହୋଇ ଏହି କାମ କରିବାକୁ ଇଚ୍ଛା ନାହିଁ। କିନ୍ତୁ ଘର ଚଳାଇବା ପାଇଁ, ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୧୦ଟାରୁ ୫ଟା ଯାଏଁ ଶିକ୍ଷାଦାନ କରିବା ପରେ ସନ୍ଧ୍ୟା ୫ଟା ପରେ ପାଲଟିଯାଏ ଡେଲିଭରି ବଏ । ଶିକ୍ଷକରୁ ମୋର ପରିଚୟ ବଦଳି ହୋଇଯାଏ ଡେଲିଭରି ବଏ। ଅର୍ଡର ପାଇବା ପରେ ଗ୍ରାହକଙ୍କ ଘରଘର ବୁଲି ପହଞ୍ଚାଇଥାଏ ଖାଦ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/26/aREz7w3Hi9V5NKCrnEpC.jpg)