ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଗୀତାରେ ଲୁଚିଛି ଜୀବନର ଅସଲ କଥା ସବୁ। ଗୀତାର ପ୍ରତ୍ୟେକଟି ଶବ୍ଦ ମୂଲ୍ୟବାନ। ହିନ୍ଦୁ ଧର୍ମର ମହାନଗ୍ରନ୍ଥ ଏହି ଗୀତାରେ ଯେଉଁ ୫ଟି କଥା ନିଶ୍ଚୟ ମାନି ଚଳିବା ପାଇଁ କୁହାଯାଇଛି ସେ ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି।
ଯଦି ଆପଣ କୌଣସି ଦଳର ମୁଖିଆ ହୋଇଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଦଳର ସଦସ୍ୟମାନଙ୍କ ଇଚ୍ଛାକୁ ପ୍ରାଥମିକତା ଦେବାକୁ ହେବ। ବ୍ୟକ୍ତିଗତ ସ୍ୱାର୍ଥକୁ ପରେ ଆଣିବାକୁ ଚେଷ୍ଟା କରନ୍ତୁ। ତାହାଲେ ଯାଇ ଆପଣ ଉଚିତ ମୁଖିଆ ବୋଲାଇବେ।
କାହାର ଭବିଷ୍ୟତ ସଂପର୍କରେ ଆପଣ ମତ ଦିଅନ୍ତୁ ନାହିଁ। ଆଜିର ନିହାତି ନିର୍ବୋଧ ଲୋକଟି ଯେ କାଲି ମହାଜ୍ଞାନୀ ହୋଇନପାରେ ତାହା କିଏ କହିବ? ଅନ୍ୟର ବର୍ତ୍ତମାନ ଦେଖି ଭବିଷ୍ୟତ ବିଷୟରେ ଚିନ୍ତା କରିବା କାମ ଆପଣଙ୍କର ନୁହେଁ। ନିଜ ବିଷୟରେ ଚିନ୍ତା କରନ୍ତୁ।
/sambad/media/post_attachments/wp-content/uploads/2018/03/download-73-300x150.jpg)
ଆପଣ ଏତେ ବି ଲୋଭୀ ହୋଇଯାଆନ୍ତୁ ନାହିଁ ଯେ ଅନ୍ୟ ଲୋକର ଆବଶ୍ୟକତା ଆପଣଙ୍କୁ ଦିଶିବ ନାହିଁ। ନିଜ ଅପେକ୍ଷା ଅନ୍ୟର ଆବଶ୍ୟକତାକୁ ପ୍ରାଥମିକତା ଦିଅନ୍ତୁ। ତାହାଲେ ଆପଣ ଜଣେ ଉଚିତ ବ୍ୟକ୍ତିର ପରିଚୟ ଦେବେ।
ସାମ୍ନାରେ ଯଦି କେହି ଆପଣଙ୍କଠାରୁ ଜ୍ଞାନୀ ଲୋକ ବସିଛନ୍ତି ତେବେ ନିଜକୁ ଛୋଟ ମଣନ୍ତୁ ନାହିଁ। ଆପଣଙ୍କର ବି କେଉଁ କ୍ଷେତ୍ରରେ ତାଙ୍କଠାରୁ ଭଲ ଦକ୍ଷତା ଥାଇପାରେ ବୋଲି ଚିନ୍ତା କରି ଆତ୍ମବିଶ୍ୱାସ ଦୃଢ଼ କରନ୍ତୁ।
କୌଣସି ପ୍ରଭାବଶାଳୀ ଲୋକକୁ ପାଇଗଲା ପରେ ପୂର୍ବ ବନ୍ଧୁଙ୍କୁ ଭୁଲି ଯାଆନ୍ତୁ ନାହିଁ। ବନ୍ଧୁତା ପ୍ରଭାବରେ ନୁହେଁ ସ୍ନେହରୁ ହୋଇଥାଏ। ପ୍ରଭାବଠାରୁ ସ୍ନେହକୁ ଗୁରୁତ୍ବ ଦେଛଥିବା ବ୍ୟକ୍ତି ସର୍ବ ଶକ୍ତିଶାଳୀ ହୋଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bhagavadgita-6s.jpg)