ଆନ୍ଧ୍ରପ୍ରଦେଶରେ ଥିବା ‘ ମନ୍ତ୍ରାଳୟମ୍’ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଛି । ଏହା ବୈଷ୍ଣବ ମାନଙ୍କର ଏକ ପ୍ରମୁଖ ସ୍ଥାନ ପାଲଟି ଯାଇଛି । ତୁଙ୍ଗଭଦ୍ରା ନଦୀ ତଟରେ ଅବସ୍ଥିତ ଏହି ଧାର୍ମିକ ସ୍ଥଳ ସଂପର୍କରେ ଆସନ୍ତୁ ଜାଣିବା....
ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଗୋଟିଏ ହେଲା ନରସିଂହ ଅବତାର । ଭଗବାନ୍ ତାଙ୍କର ପରମ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ଲାଗି ହିରଣ୍ୟକଶ୍ୟପକୁ ନିହତ କରିବା ଲାଗି ଏହି ଅବତାର ଗ୍ରହଣ କରିଥିଲେ । ଭକ୍ତ ପ୍ରହ୍ଲାଦଙ୍କର ଅବତାର ହେଉଛନ୍ତି ସ୍ୱାମୀ ରାଘବେନ୍ଦ୍ର ବୋଲି ବିଷ୍ଣୁଭକ୍ତମାନେ ବିଶ୍ୱାସ କରନ୍ତି । ଏଥିପାଇଁ ବୈଷ୍ଣବମାନେ ତାଙ୍କର ନାଆଁରେ ‘ ମନ୍ତ୍ରାଳୟମ୍’ ଠାରେ ଏକ ସମାଧି ମନ୍ଦିର ପ୍ରତିଷ୍ଠା କରିଛନ୍ତି ।
ମନ୍ତ୍ରାଳୟମ୍ ଆନ୍ଧ୍ରପ୍ରଦେଶର କୁର୍ବୁଲ୍ ଜିଲ୍ଲାରେ ଅବସ୍ଥିତ । ହାଇଦ୍ରାବାଦ୍ ଠାରୁ ୨୪୨ କିଲୋମିଟର, ଚେନ୍ନାଇଠାରୁ ୫୪୭ ଓ ବେଙ୍ଗାଲୁରୁ ଠାରୁ ଏହାର ଦୂରତା ହେଉଛି ୩୮୮ କିଲୋମିଟର । ଏଠାକାର ଅଧିବାସୀମାନେ ତେଲଗୁ, କନ୍ନଡ, ହିନ୍ଦୀ ଓ ଇଂରାଜୀ ଭାଷା ବୁଝନ୍ତି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ରାଜ୍ୟ ସୀମାନ୍ତରେ ତୁଙ୍ଗଭଦ୍ରା ନଦୀତଟରେ ଅବସ୍ଥିତ ‘ ମନ୍ତ୍ରାଳୟମ୍’ ଏବେ ବୈଷ୍ଣବମାନଙ୍କର ପ୍ରସିଦ୍ଧ ତୀର୍ଥସ୍ଥଳ ପାଲଟି ଯାଇଛି । ‘ ରାଘବେନ୍ଦ୍ର ସ୍ୱାମୀ ମନ୍ଦିର’ ହେଉଛି ଏଠାକାର ସବୁଠୁଁ ବଡ଼ ଦର୍ଶନୀୟ ସ୍ଥାନ । ଏହି ମନ୍ଦିର ସକାଳ ୬ ଟାରୁ ୮ଟା, ପୁଣି ଦିନ ୧୦ ଟା ୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ଭକ୍ତ ତଥା ଦର୍ଶନାର୍ଥୀମାନଙ୍କ ପାଇଁ ଖୋଲା ରହେ । ଏଠାରେ ଭଗବାନଙ୍କ ପାଖକୁ ତିନି ରଥ ରହିଛି, ଯାହା ବେଶ୍ ସୁଦୃଶ୍ୟ । ଏଥିମଧ୍ୟରୁ ଗୋଟିଏ ସୁନା, କୋଟିଏ ରୂପା ଓ ଗୋଟିଏ କାଠରେ ତିଆରି ଏଠାରେ ହାତୀଙ୍କ ଦ୍ୱାରା ଭଗବାନଙ୍କ ପୂଜାର ଦୃଶ୍ୟ ଦେଖିଲେ ଯେ କେହି ବିସ୍ମିତ ହେବ ।
/sambad/media/post_attachments/wp-content/uploads/2018/01/Ragavendratemple-en.wikipedia.org_-300x227.jpg)
‘ ମନ୍ତ୍ରାଳୟମ୍’ର ପରିବେଶ ଓ ପାଣିପାଗ ବେଶ୍ ହୋଇଥିବା ହେତୁ ଏଠାକୁ ବର୍ଷ ସାରା ଯାଇ ହେବ । ଏଠାକୁ ସଡ଼କ ଓ ରେଳ ଯୋଗେ ଆସି ହେବ । ଏହାର ନିକଟତମ ବିମାନବନ୍ଦର ହେଉଛି ହାଇଦ୍ରାବାଦ୍ର ଆନ୍ତର୍ଜାତୀୟ ବିମାନ ବନ୍ଦର । ମନ୍ତ୍ରାଳୟମ୍ରେ ଥିବା ପଞ୍ଚମୁଖୀ ମନ୍ଦିର ଓ ଭେଙ୍କଟେଶ୍ୱର ମନ୍ଦିର ମଧ୍ୟ ଅବଶ୍ୟ ଦର୍ଶନୀୟ । ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି ।