ଭିଣ୍ଡ:ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାପାଳ ଧନରାଜୁ ଏସ୍ ନିଜର ସାତବର୍ଷର ଝିଅର ଚିକିତ୍ସା କରାଇବା ପାଇଁ ଏଭଳି ଏକ କାମ କରିଛନ୍ତି ଯାହା ଅନେକଙ୍କୁ ବିସ୍ମିତ କରିଛି। ଧନରାଜୁ ଏସ୍ ନିଜର ସାତ ବର୍ଷର ଝିଅକୁ ନେଇ ହସ୍ପିଟାଲ୍ରେ ପହଞ୍ଚିଥିଲେ ଓ ଲାଇନ୍ରେ ଠିଆ ହୋଇଗଲେ।ଏହି ସମୟରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଚିହ୍ନି ପାରିନଥିଲେ,ସେତେବେଳେ ସେମାନେ ତାଙ୍କର ସରଳତା ଆଗରେ ମୁଣ୍ଡ ନୁଆଁଇଲେ। ମିଳିଥିବା ସୂଚନା ଅନୁଯାୟୀ ଭିଣ୍ଡ ଜିଲ୍ଲାପାଳ ନିଜର ସାତ ବର୍ଷର ଝିଅର ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତା’ପରେ ମେଡିକାଲ୍ ଟିକେଟ୍ କାଟିବା ଲାଗି ସେ ଏମର୍ଜେନ୍ସି ଝରକା ପାଖରେ ଥିବା ଲମ୍ବା ଲାଇନ୍ରେ ଠିଆ ହୋଇ ଯାଇଥିଲେ। ତା’ପରେ ଟିକେଟ୍ ନେଇ ଝିଅକୁ ଡାକ୍ତରଙ୍କୁ ଦେଖାଇଥିଲେ ଓ ଔଷଧ ଚିଠା ନେଇ ଫେରିଥିଲେ।
ଧନରାଜ ଏସ୍ ଏହା ପୂର୍ବରୁ ସବନିର ଜିଲ୍ଲାପାଳ ଥିଲେ। ଏହି ସମୟରେ ସେ ନିଜର ଝିଅକୁ ସ୍କୁଲରେ ଛାଡିବାଲାଗି ପାଦରେ ଚାଲି କରି ଯାଉଥିଲେ। ଏଥିପାଇଁ ଚର୍ଚ୍ଚାରେ ଥିଲେ ସେ। ଧନରାଜୁ ଏସ ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/collector-a-620x400.jpg)