ମହାଭାରତର ଅନ୍ୟତମ ପ୍ରମୁଖ ପାତ୍ର ଥିଲେ ଭୀଷ୍ମ ପିତାମହ । ସେ ଥିଲେ ମହାରାଜ ଶାନ୍ତନୁଙ୍କ ପୁତ୍ର ,ଯିଏକି ଗଙ୍ଗାଦେବୀଙ୍କ ଔରସରୁ ଉତ୍ପନ୍ନ ହୋଇଥିଲେ। ବଶିଷ୍ଠ ଋଷିଙ୍କ ଅଭିଶାପରେ ଅଷ୍ଟବସୁ ମନୁଷ୍ୟ ଯୋନିରେ ଅବତାର ନେଇଥିଲେ। ସେମାନଙ୍କ ମଧ୍ୟରୁ ସାତଜଣଙ୍କୁ ଗଙ୍ଗୀ ମାତା ଜନ୍ମ ହେବା ମାତ୍ରେ ଜଳରେ ପ୍ରବାହିତ କରି ଶାପମୁକ୍ତ କରିଥିଲେ। ଭୀଷ୍ମଙ୍କୁ ରାଜା ଶାନ୍ତନୁ ନିଜ ପାଖରେ ରଖିଥିଲେ।ଗଙ୍ଗା ଦେବୀ ପୁତ୍ରକୁ ପିତାଙ୍କ ପାଖରେ ଛାଡ଼ି ଚାଲିଗଲେ।ଏହାପରେ ବାଳକର ନାମ ରଖାଯାଇଥିଲା ‘ଦେବବ୍ରତ’।
ଘଟଣାକ୍ରମେ ରାଜା ଶାନ୍ତନୁ ସତ୍ୟବତୀଙ୍କ ରୂପଲାବଣ୍ୟରେ ମୋହଗ୍ରସ୍ତ ହୋଇ ଉଠିଲେ।ତାଙ୍କୁ ବିବାହ କରିବା ପାଇଁ ଚିନ୍ତାରେ ପଡ଼ିଗଲେ ଶାନ୍ତନୁ। ମହାରାଜ ଶାନ୍ତନୁଙ୍କ ବିଷାଦର କାରଣ ଜାଣିବାପରେ ଦେବବ୍ରତ ସତ୍ୟବତୀଙ୍କ ଧର୍ମପିତାଙ୍କ ନିକଟକୁ ଯାଇ ତାଙ୍କ ଇଛାନୁଯାୟୀ ରାଜସିଂହାସନରେ ନ ବସିବା ଓ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବାର କଠିନ ପ୍ରତିଜ୍ଞା କରିଲେ। ତା’ପରେ ସତ୍ୟବତୀଙ୍କ ସହିତ ଶାନ୍ତନୁଙ୍କର ବାହାଘର ହୋଇଥିଲା।
ପିତୃଭକ୍ତ ଦେବବ୍ରତ ନିଜର ଜନ୍ମସିଦ୍ଧ ରାଜ୍ୟାଧିକାର ଛାଡ଼ି ସଦୈବ ସ୍ତ୍ରୀସୁଖ କର୍ମ ମଧ୍ୟ ପରିତ୍ୟାଗ କରି ଦେଲେ।ଏଥିରେ ଦେବଗଣ ତା’ଙ୍କ ଉପରେ ପ୍ରସନ୍ନ ହୋଇ ପୁଷ୍ପ ବୃଷ୍ଟି କରିବାର ଲାଗିଲେ ଏଂବ ତାଙ୍କ ନାମ ରଖାଗଲା‘ଭୀଷ୍ମ’। ପୁତ୍ରର ଏଭଳି ତ୍ୟାଗରେ ସନ୍ତୁଷ୍ଟ ହୋଇ ରାଜା ଶାନ୍ତନୁ ଭୀଷ୍ମଙ୍କୁ ବରଦାନ ଦେଲେ ଯେପର୍ଯ୍ୟନ୍ତ ସେ ନ ଚାହିଁବେ,ସେପର୍ଯ୍ୟନ୍ତ ମୃତ୍ୟୁ ହେବ ନାହିଁ। ‘ଇଚ୍ଛା ମୃତ୍ୟୁ’ର ବରଦାନ ଦେଲେ ଶାନ୍ତନୁ।