ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ଋଣ ବୋଝ, ବିଷ ପିଇଲେ ପରିବାରର ୫ଜଣ ସଦସ୍ୟ

ଭୋପାଳ: ଦିଲ୍ଲୀର ‘ବୁରାଡି ଘଟଣା’ ମନରୁ ନଲିଭୁଣୁ ଏବେ ଭୋପାଳରେ ପୁଣି ସେଭଳି ଏକ ହୃଦୟଥରା ଘଟଣା ଘଟିଛି। ଗୋଟିଏ ପରିବାରର ୫ ଜଣ ଏକା ସାଙ୍ଗେ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ଏବେ ଦେଶକୁ ସ୍ତବ୍ଧ କରିଛି। । ଏପରିକି ଘରେ ପାଳିଥିବା ନୀରିହ କୁକୁର ଓ ମୂଷାଙ୍କ ମୁହଁରେ ବି ଜହର ଦିଆଯାଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଭୋପାଳ ଆନନ୍ଦ ବିହାର କଲୋନୀରେ ରହୁଥିବା ଯୋଶୀ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଜଣେ ମେକାନିକ୍ ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ଜଣକ ନିଜ ପତ୍ନୀ, ଦୁଇ ଝିଅ ସହ ଜନ୍ମକଲା ମା’ଙ୍କୁ ମୃଦୁ ପାନୀୟରେ ବିଷ ମିଶାଇ ପିଇବା ସହ ସାମୁହିକ ଆତ୍ମହତ୍ୟା କରିଛନ୍ତି । କେବଳ ପରିବାରର ୫ ସଦସ୍ୟ ନୁହନ୍ତି ତାଙ୍କ ଘରେ ଥିବା ପୋଷା କୁକୁର ଓ ମୂଷାଙ୍କୁ ମଧ୍ୟ ବିଷ ପିଆଇ ଦେଇଛନ୍ତି ଏହି ପରିବାର  । ତେବେ ଏଭଳି ଚରମ ନିଷ୍ପତ୍ତି ଯୋଗୁଁ ମେକାନିକଙ୍କ ଗୋଟିଏ ଝିଅ ଏବଂ ମାଆଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ମେକାନିକ୍, ତାଙ୍କ ପତ୍ନୀ ଏବଂ ଅନ୍ୟ ଝିଅଜଣକ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଦେଶର ଛାତିକୁ ଦୋହଲାଇ ଦେଇଥିବା ଭୋପାଳର ଏହି ଘଟଣାକୁ ନେଇ ପୁଲିସ କହିଛି ଯେ, ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ୍ ମିଳିଛି । ଯେଉଁଥିରେ ଏହି ପରିବାର ଆତ୍ମହତ୍ୟା କରୁଥିବା ଉଲ୍ଲେଖ କରିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଚଳିବା ପାଇଁ ରହୁଥିବା ଘରଟିକୁ ବନ୍ଧା ପକାଇ ଋଣ କରିଥିଲେ ମେକାନିକ । ହେଲେ କିସ୍ତି ପରିଶୋଧ କରିବାରେ ବହୁତ ସମସ୍ୟା ହେଉଥିଲା । ଏପରିିକି ଯାହାଙ୍କ ପାଖରେ ଘର ବନ୍ଧା ପକାଇଥିଲେ ସେ ବାରମ୍ବାର କିସ୍ତି ଦେବାକୁ ଧମକ ଦେଇ ଚାପ ପକାଉଥିଲା । ଏଥିପାଇଁ ଶେଷରେ କିଛି ଉପାୟ ନପାଇ ସାମୁହିକ ଆତ୍ମହତ୍ୟାର ବାଟକୁ ଆପଣାଇଥିଲେ ଯୋଶୀ ପରିବାର ।

ସମ୍ବନ୍ଧିତ ଖବର