ଥିମ୍ଫୁ: ଶନିବାର ଦିନ ଭୁଟାନର ପ୍ରଧାନମନ୍ତ୍ରୀ ଲୋତେ ଶେରିଙ୍ଗ୍ ଡାକ୍ତରୀ କରନ୍ତି। ଗତ ଶନିବାର ସେ ଜିଗ୍ମେ ଦୋର୍ଜି ଓ୍ଵାଙ୍ଗ୍ଚକ୍ ନେସ୍ନାଲ୍ ରେଫେରାଲ୍ ହସ୍ପିଟାଲ୍ରେ ଜଣେ ରୋଗୀଙ୍କର ୟୁରିନାରି ବ୍ଲାଡର୍ ରିପେୟାର୍ କରିଛନ୍ତି।
ଗତବର୍ଷ ନିର୍ବାଚନ ଜିଣି ୭୫୦, ୦୦୦ ଜନସଂଖ୍ୟାବିଶିଷ୍ଟ ହିମାଳୟ ରାଜ୍ୟର ପ୍ରଧାନମନ୍ତ୍ରୀ ହୋଇଥିବା ୫୦ ବର୍ଷିୟ ଡାକ୍ତର ଶେରିଙ୍ଗ୍ କହନ୍ତି: ଏ କାମ ମୋତେ ଚାପମୁକ୍ତ କରାଏ। କେତେ ଲୋକ ଗଲ୍ଫ୍ ଖେଳନ୍ତି, କେତେକ ତୀରନ୍ଦାଜୀ କରନ୍ତି, ସେମିତି ମୋତେ ଅସ୍ତ୍ରପୋଚାର କରିବାକୁ ଭଲଲାଗେ। ଏଇଠି ମୁଁ ମୋର ସପ୍ତାହନ୍ତ କାଟାଉଛି।
ଶେରିଙ୍ଗ୍ ଫାଣ୍ଡୁରିଆ ଲାବ୍ କୋଟ୍ ଏବଂ କ୍ରକ୍ସ୍ ପିନ୍ଧି ଜନଗହଳି କରିଡର୍ ବାଟେ ଗଲାବେଳେ କାହାରି ଆଖିରେ ପଲକ ପଡ଼େ ନାହିଁ। ନର୍ସ ଓ ଡାକ୍ତରଖାନା ଆଟେଣ୍ଡାଣ୍ଟ୍ମାନେ ସ୍ୱାଭାବିକ ରୀତିରେ ସେମାନଙ୍କ କାର୍ଯ୍ୟ କରି ଚାଲନ୍ତି।
ଶନିବାର ଦିନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ତାଙ୍କ ନିକଟକୁ ରେଫର୍ କରାଯାଇଥିବା ରୋଗୀଙ୍କର ଚିକିତ୍ସା କରନ୍ତି। ଗୁରୁବାର ଦିନ ତାଲିମ ନେଉଥିବା ଡାକ୍ତରଙ୍କୁ ଉପଦେଶ ଦିଅନ୍ତି। ରବିବାର ପରିବାର ମେଳରେ କଟାନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଫେରିବା ପରେ ଲାବ୍ କୋଟ୍ଟିକୁ ଓହ୍ଲାଇ ତାଙ୍କ ଚେୟାର୍ ପଛରେ ଓହଳାଇ ଦିଅନ୍ତି।
ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ ବୋଲି ନିର୍ବାଚନୀ ପ୍ରଚାରରେ ସେ ପ୍ରତିଶ୍ରୁତି ଦେଇଥିବାରୁ ଏପରି କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bhutan-pm.jpg)