ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ନଭେମ୍ବର ୮ରେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ୧୯୭୦, ଫେବ୍ରୁଆରି ୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ସିଧା ସଳଖ ଜିଲ୍ଲା ଜଜ୍ କ୍ୟାଡରରେ ୨୦୦୮ରେ ନିଯୁକ୍ତି ପାଇଥିଲେ। ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରୁଥିବା ବେଳେ ନଭେମ୍ବର ୭ରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ମିଶାଇ ଏବେ ହାଇକୋର୍ଟରେ ମୋଟ ୧୪ ଜଣ ବିଚାରପତି ଅଛନ୍ତି।
/sambad/media/post_attachments/wp-content/uploads/2019/12/jistice-indrajit-mohanty.jpg)
ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି
ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଅକ୍ଟୋବର ୬ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୦୬, ମାର୍ଚ୍ଚ ୩୧ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିବା ବେଳେ ବଦଳି ପରେ ୨୦୧୮, ନଭେମ୍ବର ୧୪ରେ ସେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ଏହାପରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।
/sambad/media/post_attachments/wp-content/uploads/2019/12/ashok-parija-300x212.jpg)
ଆଡଭୋକେଟ ଜେନେରାଲ ହେଲେ ଅଶୋକ କୁମାର ପରିଜା
ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କୁ ଆଡଭୋକେଟ ଜେନେରାଲ ଭାବେ ସରକାର ନିଯୁକ୍ତି ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ବରିଷ୍ଠ ଆଇନଜୀବୀ ଶ୍ରୀ ପରିଜା ଆଇନଜୀବୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓ ହାଇକୋର୍ଟ ବାର୍ ଆସୋସଏସନର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
/sambad/media/post_attachments/wp-content/uploads/2019/12/justice-bp-das-300x160-300x160.jpg)
୭ ବର୍ଷ ପରେ ରାଜ୍ୟ ମାନବାଧିକାର କମିସନର ସ୍ଥାୟୀ ଅଧ୍ୟକ୍ଷ
ରାଜ୍ୟ ମାନବାଧିକାର କମିସନର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଥି ସହିତ ୨୦୧୯ରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶ ଓ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କୁ ମାନବାଧିକାର କମିସନର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୧୨ରୁ ରାଜ୍ୟ ମାନବାଧିକାର କମିସନ୍ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗରେ ବାରମ୍ବାର ସ୍ପଷ୍ଟୀକରଣ ଲୋଡିଥିଲେ।