ବିଛୁଆତି ପତ୍ର ଭୋଜନ ପ୍ରତିଯୋଗିତା!

ଇ˚ଲଣ୍ତ୍‌ର ଡୋର୍ସେଟ୍‌ ଅନ୍ତର୍ଗତ ମାର୍ସ‌୍‌ଉଡ୍‌ରେ ଥିବା ‘ବଟଲ୍‌ ଇନ୍‌ ପବ୍‌’ରେ ତେଇଶତମ ବିଛୁଆତି ପତ୍ର ଭୋଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୁଷ ବିଭାଗରେ ଅଣତିରିଶ ବର୍ଷ ବୟସ୍କ ଟନି ଜେସ୍‌ ଅଠାବନ ଫୁଟ୍‌ର ବିଛୁଆତି ଲଟା ଖାଇ ଏବ˚ ମହିଳା ବିଭାଗରେ ସତଷଠି ବର୍ଷ ବୟସ୍କା ଲିନ୍‌ଡି ରୋଜର୍ସ‌୍‌ ଛୟାଳିଶ ଫୁଟ୍‌ର ଲଟା ଉଦରସ୍ଥ କରି ଚା˚ପିଅନ୍‌ ହୋଇଥିବା ପ୍ରକାଶ। ବିଛୁଆତି ପ୍ରଭାବରେ ଦୁହିଁଙ୍କ ଜିଭ କଳା ପଡ଼ିଯାଇଥିଲେ ବି ବିପଦ ଆଶଙ୍କା ନାହିଁ ବୋଲି କହାଯାଉଛି।

ପ୍ରତିଯୋଗିତା ସ୍ଥଳୀରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ତିନି ଥରର ଚା˚ପିଅନ୍‌ ଫିଲ୍‌ ଥ୍ରୋମ୍‌। ଏକଦା ସେ ଶହେ ଚାରି ଫୁଟ୍‌ ଲମ୍ବର ବିଛୁଆତି ଲଟା ଖାଇ ଏକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ, ଯାହା ଏ ପର୍ଯ୍ୟନ୍ତ ଅତୁଟ ରହିଛି। ତେବେ, ଏ ଥର ସେ ପ୍ରତିଯୋଗିତାରେ ଭାଗନେଇ ନ ଥିଲେ।

ସମ୍ବନ୍ଧିତ ଖବର