କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଜେରେ ପାଠ ପଢ଼ୁଥିବା ମୌସୁମୀ ଖାତୁନ୍ ଓ ମୋସମ୍ମାଦ ହସିନା ପରବିନ ନିକଟରେ ଡାକ୍ତର ଅମିୟ କୁମାର ବୋଷ ମେମୋରିୟଲ ସ୍କଲାରସିପ୍ ହାସଲ କରିଛନ୍ତି। ଏମ୍ବିବିଏସ୍ର ଫାଷ୍ଟ ଇୟରର ଛାତ୍ରୀ ମୌସୁମୀଙ୍କ ପାଇଁ ଏହି ସଫଳତା ହାସଲ କରିବା କିଛି ସହଜ ନଥିଲା। ପଶ୍ଚିମବଙ୍ଗର ମୁର୍ସିଦାବାଦ ଗ୍ରାମରେ ରହୁଥିବା ୧୯ବର୍ଷୀୟ ମୌସମୀ କିଛି ବର୍ଷ ପୂର୍ବରୁ ନିଜ ପରିବାର ସହିତ ବିଡି ବନାଇବା କାରଖାନାରେ କାମ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୌସୁମୀଙ୍କ କହିବାନୁସାରେ, ପେଟ ଚାଖଣ୍ଡକ ପାଇଁ ଆମ ଘରେ କାହାକୁ ନା କାହାକୁ ବିଡି ବନାଇବାକୁ ପଡ଼ିଥାଏ। କାରଣ ଏହା ଜରିଆରେ କିଛି ରୋଜଗାଇ ହୋଇପାରିଥାଏ। ପାଖାପାଖି ୧୦୦୦ବିଡି ବନାଇଲେ ୧୫୦ଟଙ୍କା ମିଳିଥାଏ। ମୋର ମା’ଙ୍କୁ ଘର କାମ ବି ଦେଖିବାକୁ ପଡ଼ିଥାଏ। ତେଣୁ ସେ ପାଖାପାଖି ୮୦୦ରୁ ୯୦୦ବିଡି ବନାଇ ପାରି ଥାଆନ୍ତି। ମୁଁ ଯେତେବେଳେ ବି ଘରେ ରୁହେ ମା’ଙ୍କୁ ସାହାଯ୍ୟ କରି ଦେଇଥାଏ।
ସ୍କୁଲରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ମୌସୁମୀ ଡାକ୍ତର ବନିବାର ସ୍ୱପ୍ନ ଦେଖିଥିଲେ। ତାଙ୍କ ମା’ ବି ଝିଅକୁ ପାଠପଢ଼ାରେ ମନଲଗାଇବାକୁ ସବୁବେଳେ କହିଥାଆନ୍ତି। କାରଣ ଭଲ ପାଠପଢ଼ି ଝିଅ କିପରି ସ୍କଲାରସିପ୍ ପାଉ ଏହା ହିଁ ମୌସୁମୀ ମା’ଙ୍କ ଇଚ୍ଛା ଥିଲା। କାରଣ ପାଠପଢ଼ାର ପୂରା ଖର୍ଚ୍ଚ ତୁଲାଇବା ମୌସୁମୀଙ୍କ ଘର ପକ୍ଷେ ସମ୍ଭବ ନ ଥିଲା।
ଡାକ୍ତର ଅମିୟ କୁମାର ବୋଷ ମୋମୋରିଆଲ ସ୍କଲାରସିପ୍ ତାଙ୍କ ଝିଅ ଡାକ୍ତର ଗୀତାଶ୍ରୀ ମୁଖାର୍ଜୀ ୨୦୦୫ରେ ଆରମ୍ଭ କରିଥିଲେ। ଏହି ସ୍କଲାରସିପ୍ ମୌସୁମୀ ପାଇଁ ବହୁ ମହତ୍ତ୍ୱ ରଖେ। କାରଣ ଏହି ସ୍କଲାରସିପ୍ ଅର୍ଥ ଜରିଆରେ ସେ ନିଜ ପାଠପଢ଼ା ଖର୍ଚ୍ଚ ଉଠାଇ ପାରିବେ।