ଗୋଟିଏ ଆମ୍ବର ଓଜନ ୫ କେଜି, ଦାମ ୨ହଜାର ଟଙ୍କା; ଦେଶର ଏହି ରାଜ୍ୟରେ ଚାଷ ହେଉଛି ‘ନୁର ଜାହାନ’

କାଟିୱାଡା: ଗୋଟିଏ ଆମ୍ବର ଓଜନ ୫ କେଜି। ଦାମ ୨ହଜାର ଟଙ୍କା। ତଥାପି ଆମ୍ବର ରହିଛି ଢ଼େର ଚାହିଦା। ସାଧାରଣତଃ ଗୋଟିଏ ଆମ୍ବ ବେଶିରୁ ବେଶି ହେଲେ ଗୋଟେ କେଜି ହେବ । କିନ୍ତୁ ଆମ ଭାରତ ବର୍ଷରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ୫ କେଜିଆ ଆମ୍ବ ମିଳିଥାଏ । ଆଉ ଏହା କେଜି ପ୍ରତି ୨ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ସତ ।

ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର କାଟିୱାଡା ଅଂଚଳରେ ମିଳିଥାଏ ଏହି ଆମ୍ବ । ଯାହାର ନାଁ ରହିଛି ‘ନୁର ଜାହାନ’ । ଦେଖିବାକୁ ଯେମିତି ସୁନ୍ଦର ଦେଖାଯଏ ଖାଇବାକୁ ମଧ୍ୟ ଏହାର ସ୍ୱାଦ ବେଶ୍‌ ନିଆରା ଲାଗିଥାଏ । ଯେଉଁ କାରଣରୁ ଏହା ସବୁବେଳେ ଲୋକଙ୍କ ପସନ୍ଦ ହୋଇଥାଏ । ଆମ୍ବର ସ୍ବାଦ କଂଚାରେ ନିଆରା ଥିବାବେଳେ ପାଚିଲେ ଅଧିକ ଭଲ ଲାଗିଥାଏ । ଜୁନ୍ ୧୫ ସୁଦ୍ଧା ଏହି ଆମ୍ବ ପାଚୁଥିବା ବେଳେ ବଜାରରେ ମଧ୍ୟ ଚାହିଦା ବେଶ ଭଲ ରହିଛି ।

ଦେଶ ତଥା ଦେଶ ବାହାରକୁ ଏହି ମଧ୍ୟ ଆମ୍ବ ରପ୍ତାନୀ ହୋଇଥାଏ । ଯଦି ଆମେ କହିବା ବଜାରରେ ସାଧାରଣ ଆମ୍ବର ଦାମ ୭୦ରୁ ୮୦ ଟଙ୍କା ରହିଥାଏ । ଏପରିକି କିଛି ଆମ୍ବ ମଧ୍ୟ ୫୦ଟଙ୍କାରେ ମିଳିଥାଏ । କିନ୍ତୁ ‘ନୁର ଜାହାନ’ ଆମ୍ବର ଚାହିଦା ଏତେ ଅଧିକ ରହିଛି କି ଗ୍ରାହାକମାନେ ଏହାକୁ ୨ ହଜାର ଟଙ୍କାରେ ମଧ୍ୟ କିଣିଥାନ୍ତି । ତେବେ ଏହା ଭାରତ ବର୍ଷରେ ପ୍ରଥମେ ନଥିଲା । ଆଫଗାନିସ୍ତାନରେ ଏହା ପ୍ରଥମେ ଚାଷ କରାଯାଉଥିଲା ।

୧୫୭୭ରୁ ୧୬୪୫ ମୋଗଲ ଶାସନ ସମୟରେ ନୁର ଜାହାନ ଜଣେ ଶକ୍ତିଶାଳି ରାଣୀ ଥିଲେ । ଯାହାଙ୍କ ନାମ ଅନୁସାରେ ଆମ୍ବର ନାମ କରଣ କରାଯାଇଛି । ଧୀରେ ଧୀରେ ଆମ୍ବର ଚାହିଦା ବଢ଼ିବା ପରେ ଭାରତରେ ଚାଷ କରାଯାଇଥିଲା । ମଧ୍ୟପ୍ରଦେଶରେ ଚାଷ କରାଯାଉଥିବା ବେଳେ ଉପକୂଳ ପରିବେଶ ରହିଲେ ଏହା ଆହୁରି ମଧ୍ୟ ବଡ଼ ହୋଇପାରିବ ବୋଲି ଚାଷୀମାନେ କୁହନ୍ତି ।

ସମ୍ବନ୍ଧିତ ଖବର