ଘର କିଣିବା ପାଇଁ ଋଣ ସହିତ ସବ୍‌ସିଡି ଦେଉଛନ୍ତି ସରକାର!

ସମସ୍ତଙ୍କୁ ଘର ଯୋଗାଇ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଣିକି ସମସ୍ତେ କିଣିପାରିବେ ଘର। ଏଥିପାଇଁ ଋଣ ସହିତ ସବ୍‌ସିଡି ଦେଉଛନ୍ତି ସରକାର। ଏହି ଋଣ ରାଶି ଉପରେ ୨.୩ ଲକ୍ଷ ଟଙ୍କାର ସବସିଡି ବି ସରକାର ନିଜେ ବହନ କରିବେ।

ଯଦି ଆପଣଙ୍କ ବାର୍ଷିକ ଆୟ ୧୮ ଲକ୍ଷ ଟଙ୍କାରୁ ଅଧିକ, ତେବେ ୨୧୦୦ବର୍ଗଫୁଟ୍‌ ର ୩/୪ ବିଏଚକେ ଫ୍ଲାଟ୍‌ ପାଇଁ ସହଜରେ ଋଣ ନେଇପାରିବେ। ସହରୀ ବିକାଶ ମନ୍ତ୍ରଣାଳୟ କାରପେଟ୍‌ ଏରିଆରେ ବୃଦ୍ଧି କରିବା ପ୍ରସ୍ତାବରେ ନିଜ ମଂଜୁରୀ ଦେଇଛନ୍ତି। ଏଣିକି ଲୋକ ୩୩% ବଡ ଆକାରର ଘର କିଣିପାରିବେ। ସରକାରଙ୍କ ଏହି ନିଷ୍ପତ୍ତି ସବୁଠାରୁ ଅଧିକ ପ୍ରଭାବ ନନ୍‌ ମେଟ୍ରୋ ସହରରେ ରହୁଥିବା ଲୋକଙ୍କ ଉପରେ ପଡିବ। ଏବେ ପିଏମଏୱାଇ ଅଧିନରେ ଦୁଇଟି ବର୍ଗରେ ଋଣ ମିଳିବ। ପ୍ରଥମ ବର୍ଗରେ ୬ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ ଶ୍ରେଣୀରେ ୧୨ଲକ୍ଷ ଟଙ୍କାରୁ ୧୮ ଲକ୍ଷ ଟଙ୍କା ସାମିଲ ଅଛି।

ଯଦି ଘର କିଣୁଥିବା ବ୍ୟକ୍ତିଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍‌, ତେବେ ୬ଲକ୍ଷ ଟଙ୍କାର ଋଣ ପର୍ଯ୍ୟନ୍ତ ସୁଧରେ ୬.୫% ଦରରେ ସବସିଡି ଦିଆଯିବ। ଋଣ ରାଶି ଯେତିକି ବି ହୋଇଥାଉ, ସବସିଡି ୬ ଲକ୍ଷ ଟଙ୍କାର ମୂଳଧନରେ ହିଁ ମିଳିବ। କେନ୍ଦ୍ର ସରକାର ଏହି ସମୟରେ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ୨୦୨୦ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଘର ଦେବାର ସ୍ୱପ୍ନ ପୁରା କରିବାରେ ଲାଗିପଡିଛନ୍ତି।

ସମ୍ବନ୍ଧିତ ଖବର