୧,୨୦୦ଟଙ୍କାରେ ବିକ୍ରି ହେଉଛି ନୁରଜହାଁ ଆମ୍ବ, ଗୋଟିଏ ଆମ୍ବର ଓଜନ ୩କିଲୋରୁ ଅଧିକ

ଗାନ୍ଧିନଗର: ଆପଣ କେବେ ୧,୨୦୦ ଟଙ୍କାରେ ଗୋଟିଏ ଆମ୍ବ କିଣିଛନ୍ତି? ନା ଏମିତି ଆମ୍ବ କେବେ ଦେଖିବାକୁ ପାଇଥିବେ? ଗୁଜୁରାଟରେ ଏଇ କିଛିଦିନ ହେବ ଏଭଳି ଆମ୍ବ ପ୍ରତି ଲୋକମାନଙ୍କ ଚାହିଦା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଆମ୍ବକୁ ‘ନୁରଜହାଁ’ ଆମ୍ବ କୁହାଯାଉଛି। ଗୋଟିଏ ଆମ୍ବର ଓଜନ ତିନିକିଲୋରୁ ଅଧିକ ହେବ ବୋଲି କୁହାଯାଉଛି।

ଏମିତିରେ ତ ଏହା ଗତବର୍ଷ ୭୦୦ଟଙ୍କାରେ ମିଳୁଥିଲା, କିନ୍ତୁ ଚଳିତ ଥର ଏହି ଆମ୍ବ ମୂଲ୍ୟ ବୃଦ୍ଧି ପାଇ ଦୁଇଗୁଣା ହୋଇଯାଇଛି। ‘ନୁରଜହାଁ’ ଆମ୍ବ ମାର୍କେଟକୁ ଜୁଲାଇ ପର୍ଯ୍ୟନ୍ତ ଆସିଥାଏ । ଏହି ଆମ୍ବକୁ ଅନ୍‌ଲାଇନ୍‌ରେ ଆଡଭାନ୍ସ ବୁକିଂ ବି କରାଯାଉଛି। କେବଳ ଗୁଜୁରାଟ ନୁହେଁ, ଦେଶ-ବିଦେଶରେ ବି ଏହି ଆମ୍ବର ଚାହିଦା ରହିଛି।

ବିଶେଷଜ୍ଞଙ୍କ ମୁତାବକ, ନୁରଜହାଁ ଆମ୍ବ ମୂଳତଃ ଆଫଗାନିସ୍ଥାନରେ ହୋଇଥାଏ। ମଧ୍ୟପ୍ରଦେଶ ଓ ଗୁଜୁରାଟରେ ବି କିଛି ସ୍ଥାନରେ ଏଭଳି ଆମ୍ବଚାରା ରୋପଣ କରାଯାଉଛି। ନୁରଜହାଁ ଗଛକୁ ମଧ୍ୟପ୍ରଦେଶର ଅଲିଗଢ଼ ଜିଲ୍ଲାସ୍ଥିତ କାଠିଓ୍ଵାଡା ଅଞ୍ଚଳରେ ଆପଣମାନେ ଦେଖିବାକୁ ପାଇ ପାରିବେ

ସମ୍ବନ୍ଧିତ ଖବର