ଏକାସହ ୧୦୦୦ ବାଣ ଫୁଟାଇଲେ ଯୁବକ, ଆକାଶରେ ଦିଶିଲା ଏପରି ଦୃଶ୍ୟ

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍ ହେବା ଆଜିକାଲି ଏକ ସାଧାରଣ ସମସ୍ୟା। ଅନେକ ଭିଡିଓ ଭାଇରାଲ୍‌ ହେବା ଭିତରେ କିଛି ଭଲ ଭିଡିଓ ଓ କିଛି ଖରାପ ଭିଡିଓ ଦେଖିବାକୁ ମିଳିଥାଏ। ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ କିଛି ଯୁବକ ଏକାଥରକେ ୧୦୦୦ ବାଣ ମିଶାଇକୁ ମାରୁଥିବାର ‌ଦୃଶ୍ୟ ଦେଖିବାକୁ ମିଳିଛି।

ଅନ୍ଧାର ରାତି ହୋଇଥିବା ବେଳେ କିଛି ଯୁବକ ମିଶି ଏକାଥରକେ ୧୦୦୦ ବାଣ ଫୁଟାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଯେ ସେହି ବାଣର ଦାମ ହେଉଛି ୮୬ ହଜାର ଟଙ୍କା।

ଯେବେ ସେଇ ବାଣଗୁଡ଼ିକ ଗୋଟାଏ ପରେ ଗୋଟାଏ ଫୁଟିବାରେ ଲାଗୁଛି ତ ଆକାଶ ପୂରା ରଂଗୀନ ହୋଇ ଯାଉଛି। ୩ ମିନିଟ୍‌ ୨୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ଯୁବକ ସେହି ବାଣ ଫୁଟୁଥିବାର ଦୃଶ୍ୟକୁ କ୍ୟାମେରାରେ ସୁଟ୍‌ କରିଛନ୍ତି। ଏହି ଭିଡିଓ ଡ୍ରୋନ୍‌ କ୍ୟାମେରାରେ ସୁଟ୍‌ କରାଯାଇଛି।

ଭିଡିଓଟିକୁ କ୍ରେଜି ଏକ୍ସୱାଇଜେଡ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏହି ଭିଡିଓଟିର ଏବେ ସୁଦ୍ଧା ୩୦ ଲକ୍ଷ ଭିୟୁ ହୋଇ ସାରିଲାଣି। କ୍ରେଜି ଏକ୍ସୱାଇଜେଡ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ମାଲିକ ହେଉଛନ୍ତି ରାଜସ୍ଥାନର ଅମିତ ଶର୍ମା।

ସେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍‌। ତାଙ୍କ ଚ୍ୟାନେଲ୍‌ରେ ୨ କୋଟି ୨୯ ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ତ‌ାଙ୍କର ଅଧିକାଂଶ ଭିଡିଓର ଭିୟୁ ମିଲିୟନ୍‌ଠୁ ବି ବେଶି ହୋଇଥାଏ। ତାଙ୍କର ଗୋଟାଏ ଭିଡିଓର ୬୩ ମିଲିୟନ୍‌ ଭିୟୁ ହୋଇଛି।

 

 

ସମ୍ବନ୍ଧିତ ଖବର