ଫେବ୍ରୁଆରି ୨୯ ତାରିଖରେ ଆମେମାନେ ଯେତେବେଳେ ଜଣେ ସାଙ୍ଗର ପଚିଶତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲୁ, ସେତେବେଳେ କରୋନା ଭୂତାଣୁ ମୁଁ ରହୁଥିବା ରାଜ୍ୟ ମେରୀଲାଣ୍ଡରେ ଆତଙ୍କ ଖେଳାଇବ ବୋଲି ଚିନ୍ତା ସୁଦ୍ଧା କରିନଥିଲୁ। ଯଦିଓ, ଏହାର ଗୋଟିଏ ଦିନ ପୂର୍ବରୁ ମେରୀଲାଣ୍ଡରେ ୩ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଥିଲା। ଏହି ସନ୍ଦେହ ପ୍ରମାଣିତ ହେବା ପରେ ମାର୍ଚ୍ଚ ୫ ତାରିଖରେ ରାଜ୍ୟପାଳ ଲାରି ହୋଗାନ୍ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ,' ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମେରୀଲାଣ୍ଡର ଡେଟନଠାରେ ରହୁଥିବା ବିଜ୍ଞାନୀ ଦାସ।
କରୋନା ପାଇଁ ତାଙ୍କ ଜୀବନ କିଭଳି ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ' ସମ୍ବାଦ'କୁ ସୂଚନା ଦେଇଛନ୍ତି ଶ୍ରୀମତୀ ଦାସ। ସେ କହିଛନ୍ତି ଯେ, ' ମେରୀଲାଣ୍ଡ ରାଜ୍ୟପାଳ ଜରୁରୀ ପରିସ୍ଥିତି ଲାଗୁ କରିବା ସତ୍ତ୍ବେ କାର୍ଯ୍ୟକ୍ଷେତ୍ରରେ କିମ୍ବା ସାମାଜିକ ମିଳାମିଶାରେ ଏତେଟା ପ୍ରତିଥିଲା। ମାର୍ଚ୍ଚ ୧୪ ତାରିଖରେ ହୋରି ଉତ୍ସବ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଥିଲୁ। ଏମିତିକି ମାର୍ଚ୍ଚ ୮ ତାରିଖରେ ଏଠାରେ ନୂଆକରି ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ବିମାନ ଯାତ୍ରା କାର୍ଯ୍ୟକ୍ରମ କରାଇଥିଲୁ। ମାତ୍ର, ମାର୍ଚ୍ଚ ୧୧ ତାରିଖ ବେଳକୁ ମେରୀଲାଣ୍ଡଙ୍କ ସଂଖ୍ୟା ୧୧ ରେ ପହଞ୍ଚିଲା। ମାର୍ଚ୍ଚ ୧୩ ତାରିଖ ବେଳକୁ ଖବର ଆସିଲା ଯେ, ଆସନ୍ତା ୨ସପ୍ତାହ ପାଇଁ ମେରୀଲାଣ୍ଡରେ ସମସ୍ତ ସ୍କୁଲ୍, କାର୍ଯ୍ୟକ୍ଷେତ୍ର ବନ୍ଦ ରହିବ। ମୋ କାର୍ଯ୍ୟକ୍ଷେତ୍ରରୁ ମଧ୍ୟ ସେମିତିକା ଖବର ଆସିଲା। ଫଳରେ ୧୪ ତାରିଖ ଦିନ ହୋରି ଉତ୍ସବ ବନ୍ଦ କରିବାକୁ ପଡ଼ିଥିଲା,’ ବୋଲି କହିଛନ୍ତି,’।’ ସେଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ଥିଲା ଏବେ ଏହି ରାଜ୍ୟରେ ଏହା ବଢ଼ିବଢ଼ି ୧୦,୭୮୪ରେ ପହଞ୍ଚିଛି। ଏହି ସମୟରେ ଘରୁ କାମ କରୁଥିଲେ ମଧ୍ୟ ସବୁଠି ଦୁର୍ଗତିର ଖବର ଶୁଣି ଆତଙ୍କିତ ଅବସ୍ଥାରେ ରହୁଛୁ, ‘ବୋଲି କହିଛନ୍ତି ଶ୍ରୀମତୀ ଦାସ।
ଶ୍ରୀମତୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମ ଓସା ତରଫରୁ ଏପ୍ରିଲ୍ ୧ ତାରିଖ ଦିନ ଜୁମ୍ ମାଧ୍ୟମରେ ଉତ୍କଳ ଦିବସ ପାଳନ କଲୁ। ଜୁମ୍ ମାଧ୍ୟମରେ ଘରଲୋକ, ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା କରୁଛୁ। ହ୍ବାଟସ୍ଆପ୍ ଦ୍ବାରା ସାଙ୍ଗମାନଙ୍କ ସହିତ ସମ୍ପର୍କ ରକ୍ଷା କରୁଛୁ। ଉନ୍ନତ ପ୍ରଯୁକ୍ତି ବିଦ୍ୟା ଏହି ସଙ୍କଟମୟ ସମୟରେ କଷ୍ଟ ଓ ପୀଡ଼ାକୁ କିଛିକାଂଶରେ ଲାଘବ କରୁଛି,' ବୋଲି କହିଛନ୍ତି ଶ୍ରୀମତୀ ଦାସ।
(ନିଜ ଲକ୍ଡାଉନ୍ ଡାଏରିରେ ‘ସମ୍ବାଦ’କୁ ଯାହା କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ମେରୀଲାଣ୍ଡରେ ରହୁଥିବା ବିଜ୍ଞାନୀ ଦାସ)