ଜହାନାବାଦ: ବିହାରର ଜହାନାବାଦରୁ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଭିକାରୀ ସାଂସଦଙ୍କୁ କରିଥିବା ଦାବି ଚର୍ଚ୍ଚାର ପରିସରକୁ ଆସିଛି। 

Advertisment

ଜହାନାବାଦରେ ଜଣେ ଭିକାରୀ ସାଂସଦ ସୁରେନ୍ଦ୍ର ଯାଦବଙ୍କୁ ଦେଖିବା ପରେ ତାଙ୍କ ପାଖରେ ଏକ ଅଜବ ଦାବି କରିଥିଲେ। ଭିକାରୀଙ୍କ ଦାବି ଶୁଣିବା ପରେ ସାଂସଦ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।

ଭିକାରୀ ଜଣକ ସାଂସଦ ସୁରେନ୍ଦ୍ର ଯାଦବଙ୍କୁ ଭେଟି କହିଥିଲେ, ‘ମୁଁ ଟଙ୍କା କି ପୋଷାକ ଚାହୁଁ ନାହିଁ। ମୋତେ ୮ହଜାର ଟଙ୍କାର ଏକ ମୋବାଇଲ୍ ପ୍ରଦାନ କରନ୍ତୁ।’ ଭିକାରୀଙ୍କ ଏହି ଦାବି ଶୁଣି ସାଂସଦ ଆଶ୍ଚର୍ଯ୍ୟ ହୋଇ ହସି ଦେଇ ୨୦୦ଟଙ୍କା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ,  ସାଂସଦ ସୁରେନ୍ଦ୍ର ଯାଦବ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜହାନାବାଦକୁ ଆସିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବା ପରେ, ସେ ହସ୍ପିଟାଲ ମୋଡ଼ ନିକଟରେ ଗାଡ଼ିରେ ବସି ତାଙ୍କ ପରିଚିତ ବ୍ୟକ୍ତିଙ୍କ ସହ କଥା ହେଉଥିଲେ।

ଏହି ସମୟରେ ସାଂସଦଙ୍କ ଗାଡ଼ି ଅଟକିବା ମାତ୍ରେ ଜଣେ ଭିକାରୀ ତାଙ୍କ ଗାଡ଼ି ପାଖକୁ ଯାଇ କହିଥିଲେ,‘ 'ମହାଶୟ, ମୋତେ ଆର୍ଥିକ ସାହାଯ୍ୟ ଦେବା ପରିବର୍ତ୍ତେ, ଦୟାକରି ମୋତେ ୮ହଜାର ଟଙ୍କାର ଏକ ମୋବାଇଲ୍ ଫୋନ୍ କିଣିଦିଅନ୍ତୁ। ଏହି ଫୋନ ଜରିଆରେ ମୁଁ ଲାଲୁ ଯାଦବଙ୍କ ସହ କଥା ହେବାକୁ ଚାହୁଁଛି।’

ଉକ୍ତ ଭିକାରୀଙ୍କ ନାମ ଅମରଜିତ କୁମାର ଏବଂ ସେ ସହରର ନିଜାମୁଦ୍ଦିନପୁର ଅଞ୍ଚଳର ବାସିନ୍ଦା ଥିବା ଜଣାପଡ଼ିଛି।