ବକ୍ସର: ବିହାରର ବକ୍ସରେ ଦେଖିବାକୁ ମିଳିଛି ଏକ ଭାବପ୍ରବଣ ଦୃଶ୍ୟ। ଜଣେ ସ୍ବାମୀ ହାତ ଯୋଡ଼ି ବକ୍ସରର ଏସ୍ପିଙ୍କୁ ତାଙ୍କ ପତ୍ନୀଙ୍କୁ ଖୋଜି ଦେବାକୁ ଗୁହାରି କରିଛନ୍ତି। ପତି ଜଣକ ହଜି ଯାଇଥିବା ତାଙ୍କ ପତ୍ନୀଙ୍କ ପାଇବାକୁ କିପରି ନିବେଦନ କରୁଛନ୍ତି ତାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।
ସେ କାନ୍ଦି କାନ୍ଦି କହିଛନ୍ତି କି ‘ମୁଁ ବକ୍ସର ଏସ୍ପିଙ୍କୁ ହାତ ଯୋଡ଼ି ନିବେଦନ କରୁଛି ଯେ ମୋ ପତ୍ନୀଙ୍କୁ ଖୋଜିିଦିଅନ୍ତୁ।’ ଜାଣିବାକୁ ମିଳିଛି ଯେ ବ୍ୟକ୍ତିଙ୍କର ଦୁଇ ପିଲା ଅଛନ୍ତି। ଦୁଇ ପିଲା ତାଙ୍କ ନିକଟରେ ଥିବା ବେଳେ ତାଙ୍କ ପତ୍ନୀ ଏକ ମାସ ହେବ ନିଖୋଜ ଅଛନ୍ତି। ପତି ତାଙ୍କ ପତ୍ନୀଙ୍କୁ ଖୋଜିବାକୁ ଗତ ଏକ ମାସ ହେବ ପୁଲିସ୍ ଦୁଆରେ ଚକ୍କର ଲଗାଉଥିବା ବେଳେ ଶେଷରେ ଏସ୍ପିଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି।
ଏହି ଘଟଣା ହେଉଛି ବକ୍ସର ସେମରି ଥାନାର। ପତି ପପୁ ହଜାରେ ନିଜ ପତ୍ନୀଙ୍କୁ କାନ୍ଦି କାନ୍ଦି ଖୋଜୁଥିବା ବେଳେ ତାଙ୍କର ଏହି ଲୁହଭରା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଚାଲିଛି। ପପୁଙ୍କ କହିବାନୁସାରେ ଯେଉଁଦିନଠାରୁ ତାଙ୍କ ପତ୍ନୀ ନିଖୋଜ ଅଛନ୍ତି ସେହିଦିନଠାରୁ ସେ ଦୁଆର ଦୁଆର ବୁଲି ଖୋଜିବା ଆରମ୍ଭ କରିଛନ୍ତି। ସେହିଦିନରୁ ହିଁ ସେ ପୁଲିସ୍ରେ ଯାଇ ପତ୍ନୀଙ୍କୁ ଖୋଜି ଦେବାକୁ ଗୁହାରି କରିଛନ୍ତି। ହେଲେ ତାଙ୍କ ପତ୍ନୀ ନିଖୋଜ ହେବାର ମାସକ ପରେ ବି ସେ ତାଙ୍କୁ ଖୋଜି ପାଇନାହାନ୍ତି।