ନିଜ ଜୀବନକୁ ବାଜି ଲଗାଇ ମାଲିକର ଜୀବନ ବଞ୍ଚାଇ ଥିବା ହାତୀ ନାମରେ ଅଧା ସମ୍ପତ୍ତି କରି ଦେବେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: କିଛିଦିନ ତଳେ କେରଳର ପଲକ୍କଡ଼ରେ ବାଣଭର୍ତ୍ତି ସପୁରୀ ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁ ହେବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା ବେଳେ ଜଣେ ବ୍ୟକ୍ତି ହାତୀ ନାମରେ ତାଙ୍କର ଅଧା ସମ୍ପତ୍ତି କରି ଦେବାର ଏକ ହୃଦୟସ୍ପର୍ଶୀ ଖବର ଆସିଛି।

Indian man wills half of his property to two elephants - WeirdNews ...
Dunya News

ହାତୀ ମାଲିକ ଅଖତର ଇମାମଙ୍କ କହିବାନୁସାରେ, ପଶୁପକ୍ଷୀମାନେ ମଣିଷ ପାଇଁ ନିଜ ଜୀବନ ଦେବାକୁ ପଛାଇ ନଥାଆନ୍ତି। ମୁଁ ଅନେକ ଦିନ ପର୍ଯ୍ୟନ୍ତ ହାତୀଙ୍କ ସୁରକ୍ଷା ପାଇଁ କାମ କରିଛି। ମୁଁ ଚାହେଁ ନାହିଁ କି ମୋର ମୃତ୍ୟୁ ପରେ ମୋର ହାତୀ ଅନାଥ ହୋଇ ଯାଆନ୍ତୁ। ସନ୍ତାନ ଭଳି ସେମାନଙ୍କୁ ପାଳିଛି। ସେମାନଙ୍କ ବିନା ମୁଁ ରହି ପାରିବି ନାହିଁ। ମୋ ପାଖରେ ଥିବା ଦୁଇଟି ହାତୀ ମଧ୍ୟରୁ ଜଣଙ୍କ ନାମ ମୋତି (୧୫ବର୍ଷ) ଓ ଅନ୍ୟ ଜଣଙ୍କ ନାମ ରାଣୀ (୨୦ବର୍ଷ) ରଖିଛି।

ଏହି ଦୁଇ ହାତୀ ମୋତେ ଅନେକ ସମୟର ଗୁଣ୍ଡାମାନଙ୍କ ଆକ୍ରମଣରୁ ରକ୍ଷା କରିଛନ୍ତି। ଏକଦା ଗୁଣ୍ଡାମାନେ ବନ୍ଧୁକ ଧରି ମୋ ଘରେ ପଶିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ହାତୀ ତାର ଶୈଳୀରେ ଡାକ ଛାଡ଼ି ମୋତେ ସଚେତନ କରିଥିଲା। ଫଳରେ ମୁଁ ଗୁଣ୍ଡମାନଙ୍କ କବଳରୁ ବଞ୍ଚି ଯାଇଥିଲି।

Elephant Property News: Bihar Man Bihar Man Wills Half His ...

ଉଲ୍ଲେଖଯୋଗ୍ୟ, କେରଳର ପଲକ୍କଡ଼ରେ ବାଣଭର୍ତ୍ତି ସପୁରୀ ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁକୁ କେନ୍ଦ୍ର କରି ସାଧାରଣରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା। ନିରିହ ‘ହାତୀ’ର ମୃତ୍ୟୁର କାରଣ ସମ୍ପର୍କରେ ଏବେ ଭିନ୍ନ ମତ ଆସିବାରେ ଲାଗିଛି । ଆରମ୍ଭରୁ ହାତୀକୁ ଲୋକେ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ ବୋଲି ସୂଚନା ଆସିଥିଲେ ହେଁ ବର୍ତ୍ତମାନ ଏ ନେଇ ଭିନ୍ନ ସୂଚନା ସାମ୍ନାକୁ ଆସିଛି। ଏହି ଅବସରରେ ପଲକ୍କଡ଼ ପୁଲିସ ଜଣେ ହତ୍ୟାକାରୀକୁ ଗିରଫ କରିଥିବା ବେଳେ ହାତୀଟି ଦୁର୍ଘଟଣାବଶତଃ ବାଣଭର୍ତ୍ତି ଥିବା ଫଳ ଖାଇ ଥାଇ ପରେ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର