ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଚାରିଆଡେ ସମାଲୋଚନା କରାଯାଉଛି। ଇସଲାମପୁର ବ୍ଲକରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଠାପଢ଼ା ଯିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Advertisment

ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟୁତ କାଟ ହେତୁ ପିଲାମାନେ ଗରମରେ ଶ୍ରେଶୀଗୃହରେ ବସି ପାରୁ ନଥିଲେ। ଗରମରେ ଆଉଟପାଉଟ ହେଉଥିବା ଦେଖି ଶିକ୍ଷୟିତ୍ରୀ ଶ୍ରେଣୀଗୃହ ବାହାରକୁ ଚାଲି ଆସିଥିଲେ। ଗରମ ହେତୁ ପିଲାଙ୍କ ପାଠପଢ଼ାରେ ଯେମିତି ବାଧା ନଉପୁଜୁଜେ ସେଥିପାଇଁ ସେ ଏକ ସ୍ବତନ୍ତ୍ର ସ୍ଥାନ  ଖୋଜିଥିଲେ।

ଏହାପରେ ସ୍କୁଲ ଠାରୁ କିଛିଦୂରରେ ଥିବା ଖୋଲାପଡ଼ିଆକୁ ଶିକ୍ଷୟିତ୍ରୀ ଲଲିତା ଶ୍ରେଶୀଗୃହ କରି ତଳଗଛକୁ କଳାପଟା କରିଥିଲେ। ଯାହା ମାଧ୍ୟରେ ‌ସେ ପିଲାଙ୍କୁ ପାଠପଢ଼ାଇବା ଆରମ୍ଭ କରିଥିଲେ।

ଶିକ୍ଷୟିତ୍ରୀ ଲଲିତ ଏହି ଘଟଣାକୁ ନେଇ କହିଛନ୍ତି, ‘ବିଦ୍ୟାଳୟରେ ବିଜୁଳି ସମସ୍ୟା ନେଇ ଅନେକ ଥର ଅଭିଯୋଗ ହୋଇଛି। କିନ୍ତୁ ଏଯାବତ କୌଣସି ପ୍ରକାର ସମାଧାନ ହୋଇନାହିଁ। ପିଲାମାନେ ଶ୍ରେଣୀଗୃହରେ ଗରମରେ ଆଉଟପାଉଟ ହୋଇ ପାଠପଢ଼ିବା ବଦଳରେ ଖୋଲା ଆକାଶରେ ଖୋଲା ପବନରେ ବସି ପାଠପଢ଼ୁଛନ୍ତି। ଶ୍ରେଣୀଗୃହରେ ଯେଉଁ କଳାପଟା ଅଛି ତାହା ସ୍ଥାୟୀ । ସ୍କୁଲରେ କୌଣସି ଅସ୍ଥାୟୀ କଳାପଟା ନାହିଁ। ତେଣୁ ପିଲାଙ୍କୁ ପାଠପଢ଼ାଇବାକୁ ପାଇଁ ତଳାଗଛର ଗଣ୍ଡିର ସାହାଯ୍ୟ ନେଉଛି।