ମୁମ୍ବାଇ: ପୂର୍ବରୁ ଆମେ ଖବର ପରିବେଷଣ କରିଥିଲୁ ଯେ ସୋସିଆଲ ମିଡିଆରେ ବିହାରର ସମସ୍ତିପୁର ଜିଲ୍ଲାର ବାସିନ୍ଦା ଅମରଜିତ ଜୟକର ଷ୍ଟାର୍ ପାଲଟିବା କଥା। ସୋସିଆଲ ମିଡିଆ ପାଇଁ ଅନେକ ଲୋକ ରାତାରାତି ଷ୍ଟାର ପାଲଟିଛନ୍ତି। ଏବେ ଏହି ସୂଚୀରେ ଯୋଡି ହୋଇଛି ଅମରଜିତଙ୍କ ନାମ। ତାଙ୍କ ମଧୁର କଣ୍ଠ ଏତେ ପସନ୍ଦ କରାଯାଉଥିବା ଦେଖି ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ନିଜ ଫିଲ୍ମରେ ଗାଇବାର ଅଫର ଦେଇଛନ୍ତି। ଏହା ପରଠାରୁ ରୀତିମତ ଚର୍ଚ୍ଚାରେ ରହିଛନ୍ତି ଅମରଜିତ୍।
ସେ ସଫଳତା ପାଇବା ପରେ ନିଜ ମାଆଙ୍କ ସଂପର୍କରେ ଭାବପ୍ରବଣ ହୋଇ କହିଛନ୍ତି, ‘ପୂର୍ବରୁ ସେ ଗାଳି ଦେଉଥିଲା, ଏବେ ଖୁସିରେ କାନ୍ଦୁଛି।’ ଏପରିକି ସେ ସମୟର ଏକ ଭିଡିଓ ବି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ନିଜ ପୁଅର ସଫଳତାରେ ଖୁସି ହୋଇ ତାଙ୍କ ମାଆ କାନ୍ଦୁଥିବା ଭିିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ମାଆଙ୍କ ପଛରେ ଛିଡ଼ା ହୋଇ ତାଙ୍କ ବାପା ବି ଲୁହ ପୋଛିବା ବେଳେ ଭିଡିଓରେ କଏଦ ହୋଇଛନ୍ତି। ତାଙ୍କ କହିବା କଥା ହେଉଛି ସେ ପ୍ରଥମେ ଭିଡିଓ ବନାଇବା ବେଳେ ତାଙ୍କ ମାଆ ତାଙ୍କ ଉପରେ ବିରକ୍ତ ହେଉଥିଲେ, ତାଙ୍କୁ ଗାଳି କରୁଥିଲେ। ହେଲେ ଏବେ ସେ ବଲିଉଡ୍ର ଅଫର୍ ପାଇବା ପରେ ମାଆଙ୍କର ଖୁସିର ସୀମା ନାହିଁ।
www.aajtak.inଜାତୀୟ ଗଣମାଧ୍ୟମ ‘ଆଜ୍ ତକ’କୁ ଦେଇଥିବା ସାକ୍ଷାତକାରରେ ଅମରଜିତ କହିଛନ୍ତି ଯେ ଯେତେବେଳେ ସେ ଧନୀ ଲୋକଙ୍କ ବିବାହ କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଗୀତ ଗାଇବା ପରେ ସେ ୱେଟର କାମ ମଧ୍ୟ କରୁଥିଲେ। ଏହାର ପ୍ରତିବଦଳରେ ତାଙ୍କୁ ଦୈନିକ ୨୦୦-୨୫୦ ଟଙ୍କା ମିଳୁଥିଲା। ଏବେ ଅମରଜିତ ଷ୍ଟେଜ ସୋ’ କରୁଥିବା ବେଳେ ବଲିଉଡରୁ ବି ଅଫର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/0980-1-750x430-1.jpg)