ଫେସବୁକ ପ୍ରେମ ଦେଲା ପରିଚୟ, ପ୍ରେମିକା ଦେଇଥିବା ଗିଟାର ବଜାଇ ଗୀତ ଗାଇବାରୁ ବଲିଉଡରୁ ଆସିଲା ଅଫର

ଫେସବୁକ ପ୍ରେମ ଦେଲା ପରିଚୟ, ପ୍ରେମିକା ଦେଇଥିବା ଗିଟାର ବଜାଇ ଗୀତ ଗାଇବାରୁ ବଲିଉଡରୁ ଆସିଲା ଅଫର

ମୁମ୍ବାଇ: ସୋସିଆଲ ମିଡିଆ ପାଇଁ ଅନେକ ଲୋକ ରାତାରାତି ଷ୍ଟାର ପାଲଟିଛନ୍ତି। ଏବେ ଏହି ସୂଚୀରେ ଯୋଡି ହୋଇଛି ଆଉ ଜଣେ ଯୁବକଙ୍କ ନାଁ। ସୋସିଆଲ ମିଡିଆରେ ବିହାରର ସମସ୍ତିପୁର ଜିଲ୍ଲାର ବାସିନ୍ଦା ଅମରଜିତ ଜୟକରଙ୍କ ଗୀତ ଗାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ମଧୁର କଣ୍ଠ ଏତେ ପସନ୍ଦ କରାଯାଉଥିବା ଦେଖି ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ନିଜ ଫିଲ୍ମରେ ଗାଇବାର ଅଫର ଦେଇଛନ୍ତି। ତେବେ ପ୍ରେମିକାଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଥିବା କହିଛନ୍ତି ଅମରଜିତ।

ତାଙ୍କ ପ୍ରେମିକା ବିଷୟରେ ୨୧ବର୍ଷୀୟ ଅମରଜିତ କହିଛନ୍ତି ଯେ ଫେସବୁକ୍ ମାଧ୍ୟମରେ ପ୍ରେମିକାଙ୍କ ସହ ମୋର ବନ୍ଧୁତା ହୋଇଥିଲା। ସେ ଆସାମର ବାସିନ୍ଦା। ବିଷାଦଗ୍ରସ୍ତ ଥିବା ସମୟରେ ସେ ମୋର ସାଥ୍ ଦେଇଥିଲେ। ଏପରିକି ସେ ମୋତେ ଭିଡିଓ କରିବା ପାଇଁ ପ୍ରେରଣା ଦେଇଥିଲେ। ମୋ ପ‌ାଖରେ ଟଙ୍କା ନଥିବା ଜାଣି ସେ ମୋତେ ଷ୍ଟାଣ୍ଡ ଓ ଗିଟାର କିଣି ଦେଇଥିଲେ। ସେ ମୋତେ ବହୁତ ସମର୍ଥନ କରୁଥିବା ସହ ଗାଳି ଦେଇ କହିଥିଲେ ଯେ ତୁମେ ଭିଡିଓ ତିଆରି କରି ଅପଲୋଡ୍ କର। ତାଙ୍କ ପାଇଁ ବର୍ତ୍ତମାନ ସବୁକିଛି ଭଲ ହେଉଛି। ସେ ଏସବୁ ଦେଖି ବହୁତ ଖୁସି।

ଜାତୀୟ ଗଣମାଧ୍ୟମ ଆଜ ତକକୁ ଦେଇଥିବା ସାକ୍ଷାତକାରରେ ଅମରଜିତ କହିଛନ୍ତି ଯେ ଯେତେବେଳେ ସେ ଧନୀ ଲୋକଙ୍କ ବିବାହ କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ଗୀତ ଗାଇବାର ଯାତ୍ରା ଆରମ୍ଭ ହୋଇଥିଲା। ଗୀତ ଗାଇବା ପରେ ୱେଟର କାମ ମଧ୍ୟ କରୁଥିଲେ। ଏହାର ପ୍ରତିବଦଳରେ ତାଙ୍କୁ ୨୦୦-୨୫୦ ଟଙ୍କା ମିଳୁଥିଲେ। ଏବେ ଅମରଜିତ ଷ୍ଟେଜ ସୋ’ କରୁଥିବା ବେଳେ ବଲିଉଡରୁ ବି ଅଫର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe