ନୂଆଦିଲ୍ଲୀ: ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ମହିଳା ଏକ ଟ୍ରେନ କୋଚରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ରେଳ ସୁରକ୍ଷା ବଳ (ଆରପିଏଫ) ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର କହିଛନ୍ତି, "ଆନନ୍ଦ ବିହାରରୁ ସହରସା ଟ୍ରେନର ଡି-୯ କୋଚରେ ଯାଉଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଥିବା ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ଆମର ମହିଳା ସବ-ଇନ୍ସପେକ୍ଟର ନବୀନ କୁମାରୀ ଓ ଅନ୍ୟ କର୍ମଚାରୀଙ୍କ ସହିତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ।
#WATCH | Delhi | A woman gave birth to a girl child in a train coach at Anand Vihar Railway station yesterday
— ANI (@ANI) February 7, 2025
RPF inspector Shailendra Kumar says, "We received the information from a train that goes to Saharsa from Anand Vihar - about the labour pain of the woman. Our lady… pic.twitter.com/uZklTYUWZE
କୋଚରେ ଉପସ୍ଥିତ ଅନ୍ୟ ମହିଳାମାନଙ୍କ ସହାୟତାରେ ଅନ୍ତସତ୍ତ୍ବା ମହିଳାଙ୍କ ପ୍ରସବ କରାଯାଇଥିଲା। ମହିଳାଙ୍କ ସୁରକ୍ଷିତ ପ୍ରସବ ପରେ ଆମ୍ବୁଲାନ୍ସ ଡକାଇ ଉଭୟ ମା’ ଓ ଶିଶୁ କନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।