ନୂଆଦିଲ୍ଲୀ: ବିହାରରେ ରହୁଥିବା ଅମରଜିତ ଜାକରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଅମରଜିତଙ୍କ ସ୍ବରକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।
ଅମରଜିତ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ସଙ୍ଗୀତରେ ହିଁ ମୋର କ୍ୟାରିୟର ଗଢ଼ିବି ବୋଲି ସ୍ଥିର କରିଛି। ଗୀତ ଭାଇରାଲ ହେବା ପରେ ମୋତେ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଏହାର ଉତ୍ତରରେ ମୁଁ କହିବି ମୋତେ ପୂର୍ବରୁ ଯେମିତି ଲାଗୁଥିଲା କି ଠିକଠାକ ଗାଉଛି ସେମିତି ହିଁ ଲାଗୁଛି। କିଛି ଉତ୍ସାହିତ ହେଲା ଭଳି ଲାଗୁ ନାହିଁ।’
ଅମରଜିତ କହନ୍ତି, ‘ମୁଁ ବିଏ ପ୍ରଥମଶ୍ରେଣୀରେ ପାଠପଢ଼ୁଛି, କିନ୍ତୁ ମୋର ମୂଳ ଲକ୍ଷ୍ୟ ହେଉଛି ଗୀତ ଗାଇବା। ଇତିମଧ୍ୟରେ ଅନେକ ଷ୍ଟେଜ ସୋ’ ବି କରି ସାରିଛି। ମୁଁ ବଡ଼ବଡ଼ ଲୋକଙ୍କ ଘରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରୁ ଗୀତ ଗାଇବା ଆରମ୍ଭ କରିଛି। ଏଠାରୁ ମୋତେ ଗୀତ ଗାଇବାର ଅନୁଭବ ମିଳିଛି। ମୁଁ ବଡ଼ବଡ଼ ଲୋକଙ୍କ ଘରକୁ ୱେଟର ଭାବେ କାମ କରିବାକୁ ଯାଇଥାଏ। କାରଣ ଏଠାରେ ମୋତେ ଗୀତ ଗାଇବାର ସୁଯୋଗ ମିଳିଥାଏ।
एक बिहारी , सौ पे भारी। https://t.co/ZsHwTwTHZL
— sonu sood (@SonuSood) February 21, 2023
ଘରେ ମା’ବାପା, ଭାଇ ଓ ଭଉଣୀ, ଜେଜେବାପା ଓ ଜେଜେମା’ ରହୁଛନ୍ତି। ବାପାଙ୍କ ଏକ ଭଙ୍ଗା ସେଲୁନ ଦୋକାନ ରହିଛି। ଏହି ଦୋକାନକୁ ଦେଖି ମୋତେ ବହୁତ ଦୁଃଖ ଲାଗିଥାଏ। କିନ୍ତୁ ବାପା ଏହି ଭଙ୍ଗା ଦୋକାନରୁ ଯେତିକି ରୋଜଗାର କରନ୍ତି ସେତିକିରେ ସେ ଆମକୁ ମଣିଷ କରିଛନ୍ତି। ମୁଁ ପାଠପଢ଼ି ସରକାରୀ ଚାକିରି କରିବା ପାଇଁ ଚାହେଁ ନାହିଁ। କାରଣ ବାପା ଅନେକ ପାଠପଢ଼ି ସରକାରୀ ଚାକିରି ପାଇଁ ଚେଷ୍ଟା କରି ଅସଫଳ ହୋଇଥିଲେ। ଶେଷରେ ବୟସ ଗଡ଼ିଯିବା ପରେ ଦୋକାନ କରିଥିଲେ। ମୁଁ ସଙ୍ଗୀତରେ କ୍ୟାରିୟର ଗଢ଼ି ଆଗକୁ ବଢ଼ିବାକୁ ଚାହେଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/0980-1.jpg)